ଯାତ୍ରୀଙ୍କର ହେଲା ମୃତ୍ୟୁ: ଏୟାର ଇଣ୍ତିଆ ଗଣିବ ଜରିମାନା, ଡିଜିସିଏ ଦେଲା ନିର୍ଦ୍ଦେଶ

Air India Will Pay Penalty: ହ୍ୱିଲ୍ ଚେୟାର ନ ମିଳିବାରୁ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ମାମଲା । ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ତିଆ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ।

ଡିଜି ଇଣ୍ଡିଆ ଏୟାର ଇଣ୍ଡିଆ ଉପରେ 30 ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛି । ଏହାପୂର୍ବରୁ ଡିଜିସିଏ ନାଗରିକ ବିମାନ ଚଳାଚଳ ନିୟମ ପାଳନ ନକରିବାରୁ ଏହି ପ୍ରସଙ୍ଗରେ ଏୟାରଲାଇନ୍ସକୁ ଏକ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲା । ସାତ ଦିନ ମଧ୍ୟରେ କମ୍ପାନୀ ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ଏହା ଉପରେ ଏକ ବଡ଼ ପଦକ୍ଷେପ ନେଇ ଡିଜିସିଏ ଏୟାର ଇଣ୍ଡିଆ ଉପରେ 30 ଲକ୍ଷ ଟଙ୍କା ଜୋରିମାନା ଲଗାଇଛି।

Air India Will Pay Penalty

ସମଗ୍ର ବିଷୟ କ'ଣ?

12 ଫେବୃଆରୀ 2024 ତାରିଖରେ ଜଣେ 80 ବର୍ଷ ବୟସ୍କା ମହିଳା ତାଙ୍କ ସ୍ୱାମୀଙ୍କ ସହ ଆମେରିକାର ନ୍ୟୁୟର୍କରୁ ମୁମ୍ବାଇ ଯାତ୍ରା କରୁଥିଲେ । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଉକ୍ତ ମହିଳାଙ୍କୁ ବିମାନବନ୍ଦରରେ ହ୍ୱିଲ୍ ଚେୟାର ମିଳିନଥିଲା । ଏଭଳି ପରିସ୍ଥିତିରେ ବୃଦ୍ଧଙ୍କୁ ବିମାନ ବନ୍ଦରରେ ଚାଲିବା ପାଇଁ ପଡିଥିଲା ।
ତେବେ ଦାବି କରାଯାଇଛି ଯେ, ଅଧିକ ଚାଲିବାରୁ ସେ ସେ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା ।

  1. ଏୟାର ଇଣ୍ଡିଆ ସ୍ପଷ୍ଟୀକରଣ ଦେଇଛି

ଡିଜିସିଏ ଏୟାର ଇଣ୍ଡିଆକୁ 20 ଫେବୃଆରୀ ସୁଦ୍ଧା ଏହାର ଯବାବ ଦେବାକୁ କହିଥିଲେ। ଏହି ପ୍ରଶ୍ନର ଉତ୍ତରରେ ଏୟାରଲାଇନ୍ସ କହିଛି ଯେ, ସେହି ସମୟରେ ହ୍ୱିଲ ଚେୟାରର ବହୁତ ଚାହିଦା ଥିବାରୁ ବୃଦ୍ଧ ଯାତ୍ରୀଙ୍କୁ ତାଙ୍କ ପତ୍ନୀଙ୍କ ସହ ହ୍ୱିଲ ଚେୟାରକୁ ଅପେକ୍ଷା କରିବାକୁ କୁହାଯାଇଥିଲା। ଏୟାର ଇଣ୍ଡିଆ ଅନୁଯାୟୀ ଯାତ୍ରୀ ହ୍ୱିଲ ଚେୟାରକୁ ଅପେକ୍ଷା କରିନଥିଲେ ଏବଂ ତାଙ୍କ ପତ୍ନୀଙ୍କ ସହ ବିମାନବନ୍ଦରରେ ଚାଲିବା ଆରମ୍ଭ କରିଥିଲେ । ବିମାନ ସେବା ଏହା ମଧ୍ୟ କହିଛି ଯେ ଦୁର୍ଘଟଣା ପରେ ବିମାନବନ୍ଦରରେ ଥିବା ମେଡିକାଲ ଟିମ୍ ତୁରନ୍ତ ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ହେଲେ ସେଠି ତାଙ୍କର ମୃତ୍ୟୁ ଘଟିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+