ଏଣିକି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ବି ହୋଇପାରିବେ ପାଇଲଟ୍ !
ଏଣିକି ଆଉ କେବଳ ବିଜ୍ଞାନ ଛାତ୍ରଛାତ୍ରୀ ବିମାନ ଉଡ଼ାଇବେ ନାହିଁ । ଭାରତରେ ପାଇଲଟ୍ ହେବା ପାଇଁ ଥିବା ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । DGCA ଏବେ ଏପରି ଏକ ସୁପାରିଶ କରିଛି ଯେ କଳା ଏବଂ ବାଣିଜ୍ୟର ଛାତ୍ରଛାତ୍ରୀମାନେ ମଧ୍ୟ କମର୍ସିଆଲ ପାଇଲଟ୍ ଲାଇସେନ୍ସ (ସିପିଏଲ୍) ପାଇଁ ତାଲିମ ନେଇପାରିବେ ।
କମର୍ସିଆଲ ପାଇଲଟ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତାରେ ପରିବର୍ତ୍ତନ ପାଇଁ ଅନୁମୋଦନ କରିଛି DGCA । ଏଣିକି କଳା ଓ ବାଣିଜ୍ୟ ଷ୍ଟ୍ରିମ୍ ରୁ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ବାଣିଜ୍ୟିକ ପାଇଲଟ୍ ଲାଇସେନ୍ସ - CPL ପାଇଁ ଆବେଦନ କରିପାରିବେ । ଫଳରେ ଗତ ତିନି ଦଶନ୍ଧି ଧରି କେବଳ ବିଜ୍ଞାନ ଷ୍ଟ୍ରିମ୍ ର ଛାତ୍ରଙ୍କ ପାଇଁ ସୀମିତ ଥିବା ବାଣିଜ୍ୟିକ ପାଇଲଟ୍ ଲାଇସେନ୍ସ - CPL ତାଲିମ ଆଉ ସୀମିତ ରହିବ ନାହିଁ ।

କେନ୍ଦ୍ରୀୟ ବିମାନ ମନ୍ତ୍ରାଳୟକୁ ସୁପାରିଶ ପଠାଇଛି DGCA । ଏଥିରେ ସଂଶୋଧନକୁ ଚୂଡାନ୍ତ କରାଯିବ ଓ ପରେ ଆଇନ ମନ୍ତ୍ରାଳୟକୁ ପଠାଯିବ। ବର୍ତ୍ତମାନ CPL ତାଲିମ ପାଇଁ ଦ୍ୱାଦଶ ଶ୍ରେଣୀରେ ପଦାର୍ଥ ବିଜ୍ଞାନ ଏବଂ ଗଣିତ ବାଧ୍ୟତାମୂଳକ ରହିଛି । ନୂଆ ନିୟମ ଅନୁମୋଦନ ହେଲେ, ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ କମର୍ସିଆଲ ପାଇଲଟ ହୋଇପାରିବେ ।
୧୯୯୦ ଦଶକର ମଧ୍ୟଭାଗରୁ ଏପର୍ଯ୍ୟନ୍ତ, ଭାରତରେ CPL ତାଲିମ କେବଳ ବିଜ୍ଞାନ ଷ୍ଟ୍ରିମ୍ ଛାତ୍ରମାନଙ୍କ ପାଇଁ ଥିଲା । ଏହା ପୂର୍ବରୁ କେବଳ ଦଶମ ପାସ୍ କରିବା ଯଥେଷ୍ଟ ଥିଲା । କିନ୍ତୁ ଏଥିରେ ଏବେ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଦ୍ବାରା ଇଚ୍ଛୁକ ପ୍ରାର୍ଥୀମାନେ ପାଇଲଟ ଟ୍ରେନିଂ ନେଇ ପାରିବେ ।












Click it and Unblock the Notifications