ଅନୁମୋଦିତ ନିୟାମକ ଢ଼ାଞ୍ଚା ଅନୁଯାୟୀ, ସେବା ପ୍ରଦାନ କରିବାକୁ ଇଣ୍ଡିଗୋକୁ ଡିଜିସିଏର ନିର୍ଦ୍ଦେଶ
ଇଣ୍ଡିଗୋ ବିମାନ ସେବା ସଂସ୍ଥାକୁ କେତେକ ନିର୍ଦ୍ଦିଷ୍ଟ ଉଡ଼ାଣ ପାଇଁ ଡିଉଟି ସମୟ ସୀମା ବ୍ୟବସ୍ଥାରେ ପ୍ରଦାନ କରାଯାଇଥିବା ଅସ୍ଥାୟୀ ରିହାତିଶେଷ ହୋଇଛି ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟଡିଜିସିଏ ଘୋଷଣା କରିଛନ୍ତି । ଇଣ୍ଡିଗୋ କମ୍ପାନୀକୁ ଏବେ ଅନୁମୋଦିତ ନିୟାମକ ଢ଼ାଞ୍ଚା ଅନୁଯାୟୀ ଉଡ଼ାଣ ଭରିବାକୁ ପଡ଼ିବ । ଡିଜିସିଏ କହିଛି, ଗତ ଡିସେମ୍ବର ମାସରେ ବିମାନ ଉଡ଼ାଣ ନେଇ ସୃଷ୍ଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଇଥିବା ଏହି ରିହାତିର ବୈଧ ସମୟସୀମା ଗତକାଲି ପର୍ଯ୍ୟନ୍ତ ଧାର୍ଯ୍ୟ ରହିଥିଲା ।

ଜାତୀୟ ସୁରକ୍ଷା ଏବଂ ସେବା ପ୍ରଦାନକାରୀ କମ୍ପାନୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ଡିଜିସିଏ ଦ୍ୱାରା ଅନୁମୋଦିତ FDTL ଯୋଜନାର କାର୍ଯ୍ୟକାରିତା ନେଇ ପ୍ରସ୍ତୁତି ସଂପର୍କରେ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ଆବଶ୍ୟକୀୟ ସୂଚନା ପ୍ରଦାନ କରାଯାଇଛି ବୋଲି ଡିଜିସିଏ କହିଛି । ଏଥିସହିତ ନିର୍ଦ୍ଧାରିତ ମାନଦଣ୍ଡକୁ ପୂର୍ଣ୍ଣ ଭାବେ ଅନୁପାଳନ କରିବା ନେଇ ଇଣ୍ଡିଗୋ କମ୍ପାନୀ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିବା ଡିଜିସିଏ ସ୍ପଷ୍ଟ କରିଛି।












Click it and Unblock the Notifications