ଲଗାତାର ବିମାନକୁ ବୋମା ଧମକ ପରେ ଆକ୍ସନ ମୋଡରେ ଗୃହ ମନ୍ତ୍ରାଳୟ, ଡିଜିସିଏ ମୁଖ୍ୟଙ୍କୁ କଲେ ବଦଳି
ଭାରତୀୟ ଏୟାରଲାଇନ୍ସ ଗତ ୬ ଦିନରେ ୭୦ରୁ ଅଧିକ ବିମାନରେ ବୋମା ଧମକ ମିଳିଛି । ଶନିବାର ଦିନ ୩୦ରୁ ଅଧିକ ଉଡାଣକୁ ବୋମା ଧମକ ମିଳିଛି । ଦେଶରେ ବିମାନଗୁଡି଼କୁ ବାରମ୍ବାର ମିଳୁଥିବା ବୋମା ଧମକକୁ ଗୁରୁତର ସହ ନେଇଛି ଗୃହ ମନ୍ତ୍ରାଳୟ । ଏହି ଘଟଣା ପରେ ଡ଼ିଜିସିଏ ମୁଖ୍ୟ ବିକ୍ରମ ଦେବଦତ୍ତଙ୍କୁ ବଦଳି କରାଯାଇଛି। ତାଙ୍କୁ ଏବେ କୋଇଲା ମନ୍ତ୍ରଣାଳୟର ସଚିବ ଭାବେ ବଦଳି କରାଯାଇଛି ।
ଲଗାତାର ଭାବେ ଏପରି ଘଟଣା ଘଟିଚାଲିଛି। ଫଳରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଳାୟର ଚିନ୍ତା ବଢିଛ। ଏହାକୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିବା ସହ ତଦନ୍ତ ମଧ୍ୟ ଚାଲିଛି। ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାୟିଡୁ। ବୋମା ସମ୍ପର୍କରେ ମିଥ୍ୟା ସୂଚନା ଯୋଗୁଁ ଶତାଧିକ ଯାତ୍ରୀ ହଇରାଣ ହରକତ ହୋଇଥିଲେ। ଗତ କିଛି ଦିନ ହେବ ଏହିଭଳି ଘଟଣା ଜାରି ରହିଛି। ବୋମା ସମ୍ବନ୍ଧୀୟ ଗୁଜବକୁ ନେଇ ଏନ୍ଆଇ, ସିଆଇଏସଏଫ, ଆଇବି ଓ ବିସିଏଏସକୁ ରପୋର୍ଟ ମାଗିଛି ଗୃହ ମନ୍ତ୍ରାଳୟ ।













Click it and Unblock the Notifications