ହାତୀକୁ 12 ହଜାର ଟଙ୍କା ମୂଲ୍ୟର ଜୋତା ଉପହାର
ତାମିଲନାଡୁର ତିରୁନେଲଭେଲିର ନେଲାଇପର ଗାନ୍ଧୀମତୀ ଅମ୍ମାନ ମନ୍ଦିରରେ ଭକ୍ତମାନେ ଏକ ହାତୀ ପାଇଁ 12 ହଜାର ଟଙ୍କା ମୂଲ୍ୟର ଜୋତା ଦାନ କରିଛନ୍ତି । ହାତୀଟି 13 ବର୍ଷ ବୟସରୁ ଏହି ମନ୍ଦିରରେ ରହିଆସୁଛି । 52 ବର୍ଷୀୟ ଏହି ହାତିଟିର ଓଜନ 300 କିଲୋଗ୍ରାମରେ ଟପିଲାଣି ।
ଚେନ୍ନାଇ: ତାମିଲନାଡୁର ତିରୁନେଲଭେଲିର ନେଲାଇପର ଗାନ୍ଧୀମତୀ ଅମ୍ମାନ ମନ୍ଦିରରେ ଭକ୍ତମାନେ ଏକ ହାତୀ ପାଇଁ 12 ହଜାର ଟଙ୍କା ମୂଲ୍ୟର ଜୋତା ଦାନ କରିଛନ୍ତି । ହାତୀ 'ଗାନ୍ଧୀମତୀ' 13 ବର୍ଷ ବୟସରୁ ଏହି ମନ୍ଦିରରେ ରହିଆସୁଛି । 52 ବର୍ଷୀୟ ଏହି ହାତିଟିର ଓଜନ 300 କିଲୋଗ୍ରାମରେ ଟପିଲାଣି । ସେଥିପାଇଁ ଚଲାବୁଲା କରିବାକୁ ସକ୍ଷମ ହୋଇପାରୁ ନାହିଁ ହତୀଟି । ଚମଡା ଚପଲର ଆବଶ୍ୟକତା ରହିଛି ବୋଲି ଡାକ୍ତର କିଛି ଦିନ ତଳେ ପରାମର୍ଶ ଦେଇଥିଲେ ।

କେବଳ ଏତିକି ନୁହେଁ ଓଜନ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ପାଞ୍ଚ କିଲୋମିଟର ଚାଲିବାକୁ ଗାନ୍ଧୀମତୀର ମାହୁନ୍ତଙ୍କୁ ପରାମର୍ଶ ଦିଆଯାଇଥିଲେ ଡାକ୍ତର। ଏଭଳି କରିବା ଦ୍ବାରା ମାତ୍ର ଛଅ ମାସ ମଧ୍ୟରେ ପ୍ରାୟ 150 କିଲୋଗ୍ରାମ ଓଜନ ହ୍ରାସ କରିଛି ହାତୀ। ଓଜନ କମିବା ସତ୍ତ୍ବେ ମଧ୍ୟ ଆଣ୍ଠୁ ଗଣ୍ଠି ବ୍ୟଥା ହେବା କମ ହେଉ ନଥିଲା । ତେଣୁ ଏହି ଚମଡା ଚପଲର ବ୍ୟବସ୍ଥା କରିଥିଲେ କିଛି ଶ୍ରଦ୍ଧାଳୁ।
ସେମାନେ ଡାକ୍ତରଙ୍କ ସହ ପରାମର୍ଶ କରି ସମସ୍ୟାର ସମ୍ଭାବ୍ୟ ସମାଧାନ ପଚାରିବୁଝିବା ପରେ ଜୋତା ଡିଜାଇନ ପାଇଁ ଦେଇଥିଲେ। 12 ହଜାର ଟଙ୍କା ମୂଲ୍ୟରେ ଡିଜାଇନ ହୋଇଥିଲା ଏହି ଜୋତା । ଶେଷରେ ଏହି ଜୋତା ହାତୀ ପାଖରେ ପହଞ୍ଚି ସାରିଛି । ଏହାକୁ ପନ୍ଧିବା ପରେ ଓଜନ ନିୟନ୍ତ୍ରଣ ସହ ଚଲାବୁଲାରେ ଆଉ ସମସ୍ୟା ଭୋଗିବ ନାହିଁ ଏହି ହାତୀଟି ।












Click it and Unblock the Notifications