ହାରିଲା ଏମଭିଏ, ପୂର୍ବତନ ସିଜେଆଇଙ୍କୁ ଦାୟୀ କଲେ ସଞ୍ଜୟ, ଜାଣନ୍ତୁ କାରଣ.....

ନୂଆଦିଲ୍ଲୀ: ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରି ଏକନାଥ ସିନ୍ଦେ ଅର୍ଦ୍ଧାଧିକ ବିଧାୟକ ନେଇ ୨୦୨୨ରେ ବିଜେପି ସହ ହାତ ମିଳାଇଲେ। ମହାରାଷ୍ଟ୍ରରେ ହେଲା ଏନ୍‌ଡିଏ ସରକାର। ଆଉ ବିଜେପି ଏକ୍‌ନାଥଙ୍କୁ ମୁଖ୍ୟମନ୍ତ୍ରୀ ଚୌକୀ ଉପହାରରେ ଦେଲା। ଏହାପରେ ଉଦ୍ଧବ ଠାକ୍‌ରେ ଓ ଏକନାଥଙ୍କ ବିରୋଧରେ କେତେ କଣ ଆଇନଗତ ଲଢ଼େଇ ଚାଲିଲା। ଶେଷରେ ଆଇନ ଅନୁସାରେ ଶିବସେନା ଚିହ୍ନ ଓ ସମ୍ବଲ ହେଲା ଏକନାଥ ସିନ୍ଦେଙ୍କର।

ନିର୍ବାଚନରେ ବିଜେପି ୧୩୨ ଆସନ ସହିତ ପ୍ରଚଣ୍ଡ ବହୁମତ ହାସଲ କରିଛି। ଅନ୍ୟପଟେ ଶିବସେନା (ଉଦ୍ଧବ) ମାତ୍ର ୨୦ଟି ଆସନରେ ଅଟକି ଯାଇଛି। ଉଦ୍ଧବ ଗୋଷ୍ଠୀ ନେତା ସଞ୍ଜୟ ରାଉତ ପାର୍ଟିର ପରାଜୟ ପରେ ରବିବାର ଭାରତର ପୂର୍ବତନ ମୁଖ୍ୟ ବିଚାରପତି (CJI) ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କୁ ଦାୟି କରିଛନ୍ତି। ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ଯେଉଁ ନିର୍ବାଚନ ହେଲା ଓ ଯାହା ଫଳାଫଳ ଆସିଛି ଏହା ବାସ୍ତବିକ ଆଶ୍ଚର୍ଯ୍ୟଜନକ। ସଞ୍ଜୟ ରାଉତ କହିଛନ୍ତି ଯେ ନିର୍ବାଚନ ଫଳାଫଳ ଏପରି ହେବ କେହି ଆଶା ମଧ୍ୟ କରିନଥିଲେ।

ସେ କହିଛନ୍ତି ଯେ ନରେନ୍ଦ୍ର ମୋଦି ଓ ବିଜେପିକୁ ମହାରାଷ୍ଟ୍ର ଭୋଟ ଦେବ କାହିଁକି? ପୁରା ଅଭିଯାନ ମୋଦି ଓ ବିଜେପି ବିରୋଧରେ ଚାଲିଥିଲା। କାରଣ ପ୍ରଧାନମନ୍ତ୍ରୀ ମୋଦି ଏଠାକାର ସବୁ ଉଦ୍ୟୋଗକୁ ଗୁଜରାଟ ସିଫ୍ଟ କରିଦେଇଛନ୍ତି, ଏଣୁ ଲୋକେ ଏଠାରେ ସେମାନଙ୍କୁ କାହିଁକି ଭୋଟ ଦେବେ? ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ରରେ ଚାଷୀଙ୍କ ଆତ୍ମହତ୍ୟା ଚାଲିଛି, ଏଠାରେ ବେଇମାନି ହୋଇଛି। ଏହି ଯେଉଁ ଫଳାଫଳ ଆସିଛି ଏଥି ପାଇଁ ଯଦି କିଏ ଦାୟି ସେ ହେଉଛନ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ବୋଲି କହିଛନ୍ତି।

dy chandrachud

ପୂର୍ବତନ ସିଜେଆଇଙ୍କୁ ନେଇ ସଞ୍ଜୟ ରାଉତ କହିଛନ୍ତି ଯେ ସେ ଅଯୋଗ୍ୟତା (ଡିସକ୍ୱାଲିଫିକେସନ) ନେଇ ଠିକ ସମୟରେ ନିଷ୍ପତ୍ତି ଦେଲେ ନାହିଁ। ୪୦ ଜଣ ବେଇମାନି କରିଥିଲେ, ୪୦ ଜଣ ବିଧାୟକ ଯେଉଁ ପାର୍ଟିରୁ ନିର୍ବାଚିତ ହୋଇ ଆସିଥିଲେ ସେମାନେ ସେହି ପାର୍ଟି ଛାଡି ଅନ୍ୟପାର୍ଟିକୁ ଯାଇ କ୍ଷମତାରେ ବସିଯାଇଥିଲେ।

ଆପଣଙ୍କ (ଜଷ୍ଟିସ୍ ଚନ୍ଦ୍ରଚୂଡ଼) ଦାୟିତ୍ୱ ଥିଲା, ଆପଣ ସମ୍ବିଧାନର ରକ୍ଷକ ଥିଲେ, ଆପଣ ଯଦି ରାୟ ଦେଇଥାନ୍ତେ ଆଗକୁ ଏପରି ସାହାସ କେହି କରିପାରିନଥାନ୍ତେ। ଆପଣ ଅବସର ନେଇସାରିଛନ୍ତି ହେଲେ ଝରକା କବଟା ଖୋଲା ଛାଡି ଯାଇଛନ୍ତି। ଏବେ ଯେ କେହିବି ପାର୍ଟି ବଦଳାଇପାରିବ ବା ନିଜ ପାର୍ଟି ଛାଡି ଅନ୍ୟ ପାର୍ଟି ଗଢିପାରିବେ। ଏଥିପାଇଁ ଇତିହାସ ଚନ୍ଦ୍ରଚୂଡ଼ ସାହେବଙ୍କୁ କେବେ କ୍ଷମା କରିବ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+