ଦେବେନ୍ଦ୍ର ଫଡନାବିସ୍ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ! ଅଜିତ ପାୱାରଙ୍କ NCP କଲା ସମର୍ଥନ
ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ସମୟରେ, ମହାୟୁତିରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବଡ ଖବର ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, ଅଜିତ ପାୱାର ଦଳର ଏନସିପି ଦେବେନ୍ଦ୍ର ଫଡନାଭିସଙ୍କୁ ସିଏମ କରିବାକୁ ରାଜି ହୋଇଛନ୍ତି। ସୂଚନାନୁସାରେ, ରବିବାର ଅନୁଷ୍ଠିତ ବୈଠକରେ ଅଜିତ ପାୱାର ଏବଂ ତାଙ୍କର ସମସ୍ତ ବିଧାୟକ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସମର୍ଥନ କରିଥିଲେ। ତଥାପି, ସିନ୍ଦେ ଶିବିରରେ ଥିବା ସେମାନଙ୍କର ବିଧାୟକମାନେ ସିଏମ୍ ଏକନାଥ ସିନ୍ଦେ ରହିବାକୁ ଚାହାଁନ୍ତି ।

ଏପଟେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୬ ତାରିଖରେ ଶେଷ ହେଉଛି। ତେଣୁ ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ଯଥାଶୀଘ୍ର ସରକାର ଗଠନ ନେଇ ପ୍ରସ୍ତୁତ ହେଉଛି ମେଣ୍ଟ। ସୋମବାର ଅର୍ଥାତ୍ ଆଜି ନେତା ଚୟନ ନେଇ ମହାୟୁତିରେ ବିଧାୟକ ଦଳ ବୈଠକ ବସିବପାରେ। ଏହା ପୂର୍ବରୁ ତିନି ଦଳର ପ୍ରମୁଖ ନେତା ଦେବେନ୍ଦ୍ର ଫଡନାବିସ୍, ଏକନାଥ ସିନ୍ଦେ, ଅଜିତ୍ ପାଓ୍ୱାର ଦିଲ୍ଲୀ ଗସ୍ତ କରିଛନ୍ତି। ବିଜେପି ହାଇକମାଣ୍ଡଙ୍କ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ।
ମହାରାଷ୍ଟ୍ରରେ ପୁରୁଣା ଫର୍ମୁଲାରେ ସରକାର ଚାଲିବ ବୋଲି କୁହାଯାଉଛି। ମହାୟୁତିରେ ଜଣେ ମୁଖ୍ୟମନ୍ତ୍ରୀ ଏବଂ ୨ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ। ଏହା ଉପରେ ଆଜିର ବୈଠକରେ ମୋହର ବାଜିବ ବୋଲି କୁହାଯାଉଛି। ଦେବେନ୍ଦ୍ର ଫଡାନାବିସ ମୁଖ୍ୟମନ୍ତ୍ରୀ ହେବା ନେଇ ଏକ ପ୍ରକାର ନିଶ୍ଚିତ ହୋଇସାରିଥିବା କୁହାଯାଉଛି। ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅଜିତ ଗୋଷ୍ଠୀ ପକ୍ଷରୁ କୌଣସି ଆପତ୍ତି ନାହିଁ।
ଯଦି ଫଡନାବିସ୍ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ମହାୟୁତି ମେଣ୍ଟରେ ପ୍ରତି ୬-୭ ବିଧାୟକରେ ଜଣିଏ ଲେଖାଏଁ ମନ୍ତ୍ରୀ ହେବା ଫର୍ମୁଲା ଚୂଡ଼ାନ୍ତ ହୋଇଛି। ସେହି ହିସାବରେ ବିଜେପିରୁ ୨୨ରୁ ୨୪, ସିନ୍ଦେ ଗୋଷ୍ଠୀରୁ ୧୦ରୁ ୧୨ ଏବଂ ଅଜିତ୍ ଗୋଷ୍ଠୀରୁ ୮-୧୦ ମନ୍ତ୍ରୀ ହୋଇପାରନ୍ତି। ମୁଖ୍ୟମନ୍ତ୍ରୀ ଘୋଷଣା ପରେ ଶପଥ ଗ୍ରହଣ ସମାରୋହ ହେବ।
ସେପଟେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ୫୦-୫୦ ଫର୍ମୁଲା ଦାବି କରିଛି ସିନ୍ଦେ ଶିବ ସେନା ଗୋଷ୍ଠୀ। ଏହି ଫର୍ମୁଲା ଅନୁଯାୟୀ, ଅଢ଼େଇ ବର୍ଷ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ଦିଲ୍ଲୀରେ ବିଜେପି ହାଇକମାଣ୍ଡଙ୍କ ବୈଠକ ବେଳେ ଏକନାଥ ସିନ୍ଦେ ଏହି ଫର୍ମୁଲା ଉପରେ ଜୋର ଦେଇ ପାରନ୍ତି।
ମହାରାଷ୍ଟ୍ରରେ ମହୟୁତିକୁ ୨୮୮ ବିଧାନସଭା ଆସନରୁ ୨୩୩ ସିଟ୍ ମିଳିଛି । ଏଥିରୁ ୧୩୨ ଆସନରେ ବିଜେପି ବିଜୟ ଲାଭ କରିଛି।












Click it and Unblock the Notifications