Get Updates
Get notified of breaking news, exclusive insights, and must-see stories!

Devendra Fadnavis:ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବେ ଦେବେନ୍ଦ୍ର ଫଡନାବିସ

ଦେବେନ୍ଦ୍ର ଫଡନାବିସ ହେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଦେବେନ୍ଦ୍ର ଫଡନାବିସ ।

ଆଜି ଫଡନାବିସ ସରକାର:

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ । ନିର୍ବାଚନ ଫଳାଫଳରେ ମହାୟୁତି ମେଣ୍ଟର ଜବରଦସ୍ତ ଫଳାଫଳ ପରେ କିଏ ବସିବ ମୁଖ୍ୟମନ୍ତ୍ରୀ ଆସନରେ ତାକୁ ନେଇ ଜାରି ରହିଥିଲା ନାନା କଳ୍ପନାଜଳ୍ପନା । ଆଜି ସନ୍ଧ୍ୟା ୫.୩୦ ସମୟରେ ଫଡ଼ନାବିସଙ୍କ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ରହିଛି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେବେ।

Devendra Fadnavis

କୋର କମିଟି ବୈଠକରେ ଫଡନାବିସ ନେତା:

କିଏ ହେବେ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ ହୋଇପାରୁନଥିବା ବେଳେ ଶେଷରେ ବିଜେପିର କୋର କମିଟି ବୈଠକରେ ଦେବେନ୍ଦ୍ର ଫଡନାବିସଙ୍କ ନାଁରେ ମୋହର ମାରିଥିଲା ।

ଏକନାଥ ସିନ୍ଦେ, ଅଜିତ ପାୱାର ହେବେ ଉପମୁଖ୍ୟମନ୍ତ୍ରୀ !

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ଶପଥ ଗ୍ରହଣ ଉତ୍ସବ ହେବ। ଏଥିପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଫଡ଼ନାବିସଙ୍କ ସହ ଅନ୍ୟ ୨ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

କଡ଼ା ସୁରକ୍ଷା, ୪ ହଜାର ପୁଲିସ ମୁତୟନ

୪ ହଜାରରୁ ଅଧିକ ପୁଲିସ ମୁତୟନ ପାଇଁ ବନ୍ଦୋବସ୍ତ ହୋଇଛି। ବିଜେପି ୪୦ ହଜାର ଦଳୀୟ ସମର୍ଥକଙ୍କ ପାଇଁ ବସିବା ବ୍ୟବସ୍ଥା କରିଛି। ପାଖାପାଖି ୨୦୦୦ ଭିଭିଆଇପିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଫଡ଼ନାବିସଙ୍କ ସହ ଅନ୍ୟ ୨ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ମୁଖ୍ୟମନ୍ତ୍ରୀ ବାଛିବାକୁ ନିର୍ମଳା ଓ ବିଜୟଙ୍କୁ ଦାୟିତ୍ବ:

ଗତ କିଛି ଦିନ ଧରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ସ୍ଥିର ହୋଇପାରନଥିବା ବେଳେ ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ବ ବିଜେପି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ଦେଇଥିଲା

ଆଜାଦ ମୈଦାନରେ ଶପଥ ଗ୍ରହଣ ସମାରୋହ:

ସାଉଥ ମୁମ୍ବାଇର ଆଜାଦ ମୈଦାନରେ ହେବ ଶପଥ ଗ୍ରହଣ ସମାରୋହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାଖାପାଖି ୨୦୦ ଭିଭିଆଇପି, ୪୦ ହଜାର କର୍ମୀ, ବହୁ କେନ୍ଦ୍ରମନ୍ତ୍ରୀ, ୧୯ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଜେପି ନେତା ପ୍ରସାଦ ଲାଡ କହିଛନ୍ତି, 'ଏହି ଐତିହାସିକ ମୁହୂର୍ତ୍ତ'କୁ ଦେଖିବା ପାଇଁ ସାରା ରାଜ୍ୟରେ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି ।

ମହାରାଷ୍ଟ୍ର ନିର୍ବାଚନ ଫଳାଫଳ:

ମୋଟ ଆସନ ୨୮୮
ମହାୟୁତି (Mahayuti) ମେଣ୍ଟ- 230 ଆସନ
ବିଜେପି- 132 ଆସନ
ଶିବସେନା(ଏକନାଥ)- 57 ଆସନ
ଏନସିପି(ଅଜିତ) - 41 ଆସନ
ଏମଭିଏ (MVA) ମେଣ୍ଟ - 46 ଆସନ
କଂଗ୍ରେସ- 16 ଆସନ
ଶିବସେନା (UBT)- 20 ଆସନ
ଏନସିପି (SP)- 10 ଆସନ

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+