Maharashtra Oath Ceremony: ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ, ଆସିଲା ଅତିଥି ତାଲିକା
Maharashtra Oath Ceremony: ଆଜି ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ । ଯେଉଁଥି ପାଇଁ ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍ ନୂତନ ସରକାର ଗଠନ ପାଇଁ ତାଙ୍କୁ ଆମନ୍ତ୍ରଣ କରିଛନ୍ତି। ମୁମ୍ବାଇର ଆଜାଦ ମୈଦାନରେ ସନ୍ଧ୍ୟାରେ ଅନୁଷ୍ଠିତ ହେବ ଶରଥ ଗ୍ରହଣ ସମାରୋହ । ମୁଖ୍ୟମନ୍ତ୍ରୀଙ୍କ ସମେତେ ୨ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଆଜି ଶପଥ ନେବେ ।
ଶପଥ ଗ୍ରହଣ ସମାରୋହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇସାରିଛି, ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି । ଶପଥ ଗ୍ରହଣ ସମାରୋହ ପାଇଁ ଅତିଥି ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବେ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ପ୍ରାୟ 42,000 ଲୋକ ଯୋଗଦେବେ ବୋଲି ସୂଚନା ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତେ ପ୍ରାୟ ଦଶ ଜଣ କେନ୍ଦ୍ର ମନ୍ତ୍ରୀ ଏବଂ 19 ଜଣ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଯୋଗଦେବା ନେଇ ସୂଚନା ରହିଛି ।
ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, 10 ଜଣ କେନ୍ଦ୍ର ମନ୍ତ୍ରୀ, ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଧୁସନ୍ଥ, ଶିଳ୍ପ, ମନୋରଞ୍ଜନ, ଶିକ୍ଷା ଏବଂ ସାହିତ୍ୟ ଜଗତରୁ କିଛି ଜଣାଶୁଣା ବ୍ୟକ୍ତିତ୍ୱ । ସେହିପରି ମହାୟୁତି - ବିଜେପି, ଶିବସେନା ଏବଂ ଏନସିପିର ସମସ୍ତ ଗଠିତ ଦଳର କର୍ମୀ। ସୁରକ୍ଷା ପାଇଁ 4,000 ରୁ ଅଧିକ ପୋଲିସ ନିୟୋଜିତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ସୁରକ୍ଷା ବ୍ୟବସ୍ଥା ପାଇଁ ଅତି କମରେ 3500 ପୋଲିସ କର୍ମଚାରୀ ଏବଂ 520 ଅଧିକାରୀ ନିୟୋଜିତ ହୋଇଛନ୍ତି।












Click it and Unblock the Notifications