ଶିବସେନା ନେତାଙ୍କୁ ଏହି ପ୍ରସଙ୍ଗରେ କଡ଼ା ଜବାବ ଦେଲେ ଫଡ଼ନାଭିସ୍, କହିଲେ.....
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରାଧିକାରୀ ବାଛିବ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)। ମୋଦୀଙ୍କ ପରେ ତାଙ୍କ ଉତ୍ତରାଧିକାରୀ ଭାବେ ମହାରାଷ୍ଟ୍ରର ଜଣେ ନେତା ପ୍ରଧାନମନ୍ତ୍ରୀ ହେବେ ବୋଲି ଶିବସେନା (UBT) ସାଂସଦ ସଞ୍ଜୟ ରାଉତ କହିଛନ୍ତି। ତାଙ୍କର ଏପରି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ସଞ୍ଜୟଙ୍କ ଏହି ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ। ଆମେ ୨୦୨୯ରେ ମୋଦୀଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ରୂପେ ଦେଖିବୁ ବୋଲି ସଞ୍ଜୟ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ନାଗପୁରସ୍ଥିତ ଆରଏସଏସ ମୁଖ୍ୟାଳୟ ଗସ୍ତ କରିବା ପରେ ସଞ୍ଜୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୋଦୀଙ୍କ ଉତ୍ତରାଧିକାରୀ ମହାରାଷ୍ଟ୍ରରୁ ଜଣେ ବ୍ୟକ୍ତି ହେବେ ଏବଂ ତାହା ଉପରେ ଆରଏସଏସ ନିଷ୍ପତ୍ତି ନେବ। ମୋଦୀ ସମ୍ଭବତଃ ଆଗାମୀ ସେପ୍ଟେମ୍ବରରେ ନିଜର ଅବସର ଦରଖାସ୍ତ ଲେଖିବା ପାଇଁ ଆରଏସଏସ ମୁଖ୍ୟାଳୟକୁ ଯାଇଥିଲେ। ନେତାମାନେ ୭୫ ବର୍ଷ ବୟସରେ ଅବସର ନିଅନ୍ତି। ତାହାର ଅଭ୍ୟାସ ଲାଗି ସେ ଆରଏସଏସ ମୁଖ୍ୟାଳୟ ଯାଇଥିବା ସଞ୍ଜୟ କହିଥିଲେ।

ଏହାର ଜବାବରେ ଫଡନବିସ କହିଛନ୍ତି, ମୋଦୀଙ୍କ ଉତ୍ତରାଧିକାରୀ ବଛାଯିବାର କୌଣସି ଆବଶ୍ୟକତା ନାହିଁ। ସେ ଆମର ନେତା ଅଛନ୍ତି ଏବଂ ଆଗକୁ ମଧ୍ୟ ରହିବେ। ଆମର ମୋଗଲ ସଂସ୍କୃତି ନୁହେଁ। ଆମ ସଂସ୍କୃତିରେ ଯେପର୍ଯ୍ୟନ୍ତ ବାପା ଜୀବିତ ଅଛନ୍ତି ସେପର୍ଯ୍ୟନ୍ତ ଉତ୍ତରାଧିକାରୀ ବିଷୟରେ ଆଲୋଚନା କରିବା ଅନୁଚିତ।












Click it and Unblock the Notifications