ପାକିସ୍ତାନୀ ଖେଳାଳୀ ଓ ଅଭିନେତାଙ୍କ ଉପରେ ବଡ଼ ବୟାନ ଦେଲେ ମୁଖ୍ୟମନ୍ତ୍ରୀ, କହିଦେଲେ କିଛି ଏମିତି.....
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିଦେଇଛନ୍ତି ଏବଂ ସେମାନଙ୍କୁ ଏପ୍ରିଲ ୨୭ ପୂର୍ବରୁ ଭାରତ ଛାଡି ପାକିସ୍ତାନ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାରି ମଧ୍ୟରେ ପାକିସ୍ତାନୀ ନାଗରିକଙ୍କ ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି ।
ମୁଖ୍ୟମନ୍ତ୍ରୀ ଫଡନବିସ କହିଛନ୍ତି ଯେ, ମହାରାଷ୍ଟ୍ରରେ ଥିବା ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରିବାର କାମ ଚାଲିଛି । ପାକିସ୍ତାନୀ ଅଭିନେତା ଏବଂ ପାକିସ୍ତାନୀ ଖେଳାଳିମାନଙ୍କ ପ୍ରତି ଆମର କୌଣସି ସହାନୁଭୂତି ନାହିଁ। ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ରରେ ଉପସ୍ଥିତ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ କାର୍ଯ୍ୟ ଚାଲିଛି।

ପୋଲିସକୁ ମଧ୍ୟ ସୂଚନା ଦିଆଯାଇଛି। କୌଣସି ପାକିସ୍ତାନୀ ନାଗରିକ ୪୮ ଘଣ୍ଟାରୁ ଅଧିକ ସମୟ ପାଇଁ ମହାରାଷ୍ଟ୍ରରେ ରହିବା ଉଚିତ୍ ନୁହେଁ। ଆମେ ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖିବୁ ଏବଂ ସେମାନଙ୍କୁ ଦେଶରୁ ବାହାର କରିଦେବୁ। ଯେଉଁମାନେ ଅଧିକ ସମୟ ପର୍ଯ୍ୟନ୍ତ ରହିବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଫଡ଼ନବିସ କହିଛନ୍ତି ।












Click it and Unblock the Notifications