ରାଜ୍ୟରେ ବିଜେପି କରିପାରିଲାନି ଭଲ ପ୍ରଦର୍ଶନ, ଫଡନାଭିସ୍ କହିଲେ ମୋତେ ଉପମୁଖ୍ୟମନ୍ତ୍ରୀ ପଦରୁ ମୁକ୍ତ କର
ମୁମ୍ବାଇ: ନୂଆଦିଲ୍ଲୀ : ଅଷ୍ଟାଦଶ ଲୋକସଭା ନିର୍ବାଚନର ଫଳ ମଙ୍ଗଳବାର ପ୍ରକାଶ ପାଇଛି । ଘୋଷିତ ନିର୍ବାଚନ ଫଳ ଅନୁଯାୟୀ ବିଜେପି ନେତୃତ୍ୱ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପୁଣି ଥରେ ଦେଶରେ ସରକାର ଗଠନ କରିବା ଲାଗି ବହୁମତ ହାସଲ କରିଛି । ଏନଡିଏ ଉପରେ ତୃତୀୟ ଥର ପାଇଁ ଦେଶବାସୀ ଭରସା କରିଛନ୍ତି ।
ତେବେ ଚଳିତ ନିର୍ବାଚନରେ ଏନଡିଏକୁ ପୂର୍ବାପେକ୍ଷା କମ୍ ସଫଳତା ମିଳିଛି । ଏନ୍ଡିଏକୁ ୨୯୩ଟି ଆସନ ମିଳିଥିବାବେଳେ ବିରୋଧୀ 'ଇଣ୍ଡିଆ'କୁ ୨୩୨ଟି ଆସନ ମିଳିଛି । ଚଳିତ ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି ଭଲ ପ୍ରଦର୍ଶନ କରିପାରି ନାହିଁ । ୨୦୨୪ ଲୋକ ସଭା ନିର୍ବାଚନରେ ରାଜ୍ୟରେ ଭାଜପାର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଫଡନାଭିସ୍ ଉପ ମୁଖ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି ।

୨୦୧୪ରୁ ୨୦୧୯ ଯାଏ ଶୀର୍ଷ ପଦବୀରେ ଅବସ୍ଥାପିତ ହୋଇଥିବା ବରିଷ୍ଠ ଭାଜପା ନେତା ସରକାରୀ ଦାୟିତ୍ୱରୁ ମୁକ୍ତ କରିବାକୁ ଶୀର୍ଷ ନେତୃବନ୍ଦଙ୍କୁ ଅନୁରୋଧ କରିଛନ୍ତି । ତାଙ୍କୁ ଦଳ ପାଇଁ ବାହାରୁ କାମ କରିବାକୁ ଦିଆଯାଉ ବୋଲି ସେ କହିଛନ୍ତି । ୨୦୧୯ରେ ତାଙ୍କ ଦଳ ମହାରାଷ୍ଟ୍ରର ୪୮ ଆସନରୁ ୨୩ରେ ଜିତିଥିଲା । ହେଲେ ଚଳିତ ବର୍ଷ ଏହା ୯ରେ ସୀମିତ ରହିଛି ।












Click it and Unblock the Notifications