ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କଲା ମହାୟୁତି, ଆସନ୍ତାକାଲି ଶପଥ ନେବେ ଫଡନାଭିସ୍‌

ମୁମ୍ବାଇ: ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟାଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଦେବେନ୍ଦ୍ର ଫଡନାଭିସ୍‌। ସେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ବୁଧବାର ଦିନ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସହମତି ପ୍ରକାଶ ପାଇବା ପରେ ଫଡନାଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଛି। ଆସନ୍ତାକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ। ତା'ପୂର୍ବରୁ ସେ ଆଜି ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ।

ରାଜ୍ୟପାଳଙ୍କ ସହ ସରକାର ଗଠନ କରିବାକୁ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ, ଭାଜପା ନେତା ଦେବେନ୍ଦ୍ର ଫଡନାଭିସ ଏବଂ ଏନସିପି ନେତା ଅଜିତ ପାୱାର ମିଳିତ ଭାବେ ସହମତି ପ୍ରକାଶ କରିଛନ୍ତି। ଏହି ଅବସରରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ମଳା ସୀତାରମଣ ଏବଂ ବିଜୟ ରୂପାନୀ ମଧ୍ୟ ଉପସ୍ଥିତ ଥିଲେ। ଡିସେମ୍ବର ୫ ଗୁରୁବାର ସାରେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

Devendra Fadnavis Eknath Shinde Ajit Pawar

ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଦେବେନ୍ଦ୍ର ଫଡନାଭିସ ସର୍ବସମ୍ମତି କ୍ରମେ ଦଳର ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କର ରାସ୍ତା ସଫା କରାଯାଇଥିଲା। ଆସନ୍ତାକାଲି ଡିସେମ୍ବର ୫ ଅପରାହ୍ନ ୫ଟା ୩୦ ସମୟରେ ଆଜାଦ ମଇଦାନରେ ଆୟୋଜିତ ଏକ ବିଶାଳ ସମାରୋହରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ଏଥିପାଇଁ କଠୋର ସୁରକ୍ଷା ବ୍ୟବସ୍ଥା, ୪,୦୦୦ ରୁ ଅଧିକ ପୋଲିସ ନିୟୋଜିତହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+