ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ମହାୟୁତିରେ ଚାଲି ନାହିଁ ଶୀତଳ ଯୁଦ୍ଧ...
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ରବିବାର ଦିନ ମହାୟୁତି ସହଯୋଗୀ ଦଳକୁ ନେଇ ବିରୋଧୀଙ୍କ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ଫଡନାଭିସ୍ କହିଛନ୍ତି ଯେ ମୟାୟୁତି ସରକାରରେ ସବୁ ଠିକ୍ ଅଛି ଏବଂ ଶାସକ ସହଯୋଗୀ ବିଜେପି, ଶିବସେନା ଏବଂ ଏନସିପି ମଧ୍ୟରେ କୌଣସି ଶୀତଳ ଯୁଦ୍ଧ ଚାଲି ନାହିଁ। ସେ ଏହାକୁ ଏକ ଗୁଜବ ବୋଲି କହିଛନ୍ତି।ଅନ୍ୟପଟେ ମହାରାଷ୍ଟ୍ରର ଶାସକ ମହାମେଣ୍ଟରେ ଫାଟ ଗୁଜବକୁ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ଏବଂ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ତାଙ୍କର ସବୁକିଛି 'ଥଣ୍ଡା ଥଣ୍ଡା ଏବଂ କୁଲ୍ କୁଲ୍' ଚାଲିଛି ବୋଲି ଶିନ୍ଦେ ମିଳିତ ଖବରତାତା ସମ୍ମିଳନୀରେ କହିଛନ୍ତି।

ସମ୍ମିଳନୀରେ ଶିନ୍ଦେଙ୍କ ସହ ଫଡ୍ନବିସ୍ ଏବଂ ଅଜିତ ପାୱାର ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଶିନ୍ଦେ କହିଥିଲେ, ମୋତେ ହାଲୁକା ଭାବେ ନିଅନାହିଁ। ତାଙ୍କର ଏହି ମନ୍ତବ୍ୟରୁ ମହାମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ର୍ଜୋ ଧରିଥିଲା। ମେଣ୍ଟରେ ଶୀତଳ ଯୁଦ୍ଧ ଚାଲିଛି କି ବୋଲି ପ୍ରଶ୍ନ ହେବାରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ମଧ୍ୟରେ ଶୀତଳ ଯୁଦ୍ଧ କିପରି ହେବ କହି ଶିନ୍ଦେ ପରିହାସ କରିଛନ୍ତି। ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ନେଇ ଆପଣମାନେ ଯେତେ ଚାଞ୍ଚଲ୍ୟକର ଖବର କରିବାକୁ ଉଦ୍ୟମ କଲେ ବି କିଛି ଯାଏଆସେ ନାହିଁ। ଆମ ମେଣ୍ଟ ଭାଙ୍ଗିବାର ନାହିଁ ବୋଲି ଶିନ୍ଦେ ସ୍ପଷ୍ଟ କରିଦେଇଛନ୍ତି।












Click it and Unblock the Notifications