Get Updates
Get notified of breaking news, exclusive insights, and must-see stories!

'ବିହାରରେ ସୁଶାସନ ସହ ବିକାଶ ସମ୍ଭବପର ହୋଇଛି'

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଲାଗି ପ୍ରଚାର କାର୍ଯ୍ୟ ଶେଷ ହେବାପାଇଁ ଆଉ ମାତ୍ର ୨ ଦିନ ବାକି ରହିଛି । ଏଣୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଜୋରସୋର୍‌ରେ ଚାଲିଛି । ଉଭୟ ଏନ୍.ଡି.ଏ. ଏବଂ ମହାମେଣ୍ଟ ଦଳର ବରିଷ୍ଠ ନେତାମାନେ ବିଭିନ୍ନ ସ୍ଥାନରେ ଆୟୋଜିତ ନିର୍ବାଚନ ଗ୍ୟାଲିକୁ ସମ୍ବୋଧୂତ କରୁଛନ୍ତି । ବି.ଜେ.ପି.ର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟନାଠାରେ ଏକ ରୋଡ୍ ଶୋ' କାର୍ଯ୍ୟକ୍ରମରେ ଯୋଗଦେଇ ଏନ୍.ଡି.ଏ. ସପକ୍ଷରେ ଭୋଟ୍ ଦେବାଲାଗି ଭୋଟରମାନଙ୍କୁ ନିବେଦନ କରୁଛନ୍ତି । ଦଶମ ଶିଖ୍ ଗୁରୁ ଗୁରୁ ଗୋବିନ୍ଦ ସିଂହ ମହାରାଜଙ୍କର ଜନ୍ମପୀଠ ପାଟନା ସ୍ଥିତ ତଖତ ଶ୍ରୀ ହରିମନ୍ଦିର ସହିବଠାରେ ଶ୍ରୀ ମୋଦି ପ୍ରାର୍ଥନା କରିଛନ୍ତି ।

ଶ୍ରୀ ମୋଦି କହିଛନ୍ତି, ଏନ୍.ଡି.ଏ. ସରକାରଙ୍କ ସମୟରେ ବିହାରରେ ସୁଶାସନ ପ୍ରତିଷ୍ଠା ହୋଇପାରିଛି, ଏହାଦ୍ଵାରା ପ୍ରତିଟି କ୍ଷେତ୍ରରେ ରାଜ୍ୟର ବିକାଶ ସମ୍ଭବପର ହୋଇପାରିଛି । ନ‌ୱାଡ଼ାଠାରେ ଆୟୋଜିତ ଏକ ନିର୍ବାଚନ ଗ୍ୟାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ପ୍ରତି ଜନସାଧାରଣ ନିଜ ରାଜ୍ୟରେ ନିଯୁକ୍ତି ପାଇବେ ।

narendra modi

ସରକାର 'ମେଡ୍ ଇନ୍ ବିହାର'କୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ସେ କହିଛନ୍ତି । ବିହାରକୁ ଏକ ବୃହତ୍ ନିର୍ମାଣକାରୀ କେନ୍ଦ୍ର ଭାବେ ଗଢ଼ିତୋଳିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି, ଯାହାଫଳରେ ବିହାରରୁ ଉତ୍ପାଦିତ ସାମଗ୍ରୀ ବିଶ୍ଵର ପ୍ରତ୍ୟେକ କୋଣରେ ପହଞ୍ଚି ପାରିବ । ବିହାରରେ ମହିଳାମାନଙ୍କ ଲାଗି ଅନେକ ବିକାଶମୂଳକ ଯୋଜନ ଗ୍ରହଣ କରାଯାଇଚି ବୋଲି ଶ୍ରୀ ମୋଦି କହିଛନ୍ତି ।

ସେହିପରି ବି.ଜେ.ପି.ର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ବୈଶାଳୀ ଜିଲ୍ଲାର ମହୁଆଠାରେ ନିର୍ବାଚନ ଗ୍ୟାଲିରେ ଉଦ୍‌ବୋଧନ ଦେଇ କହିଛନ୍ତି, ବିହାରରେ ମୁଖ୍ୟମନ୍ତ୍ରୀ କିମ୍ବI ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ପାଇଁ କୌଣସି ପଦବି ଖାଲି ନାହିଁ । ତେଜସ୍ଵୀ ପ୍ରସାଦ ଯାଦବଙ୍କ ମୁଖ୍ୟମନ୍ତ୍ରୀ ହେବାର ସ୍ଵପ୍ନ ପୂରଣ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+