ପ୍ରଜ୍ୱଳଙ୍କୁ ଭାରତ ଫେରିବାକୁ କଡା ଚେତାବନୀ ଦେଲେ ଦେବଗୌଡା
ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ଫସିଥିବା ଜେଡିଏସ ସାଂସଦ ପ୍ରଜ୍ଜ୍ୱଲ ରେଭାନ୍ନାଙ୍କ ଥମୁନି ଅଡୁଆ । ପ୍ରଜ୍ଜ୍ୱଲ ରେଭାନ୍ନାଙ୍କ ଜେଜେ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଏବେ ଦେଇଛନ୍ତି କଡା ଚେତାବନୀ । ତୁରନ୍ତ ଆତ୍ମସମର୍ପଣ ନକଲେ ତାଙ୍କ କ୍ରୋଧର ଶିକାର ହେବେ ବୋଲି କହିଛନ୍ତି । ଏନେଇ ସୋସିଆଲ ମିିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ଦେବଗୌଡା । ପୋଲିସ ନିକଟରେ ଆତ୍ମ ସମର୍ପଣ କରିବା ସହ ଆଇନକୁ ସାମ୍ନା କରିବାକୁ ଦେବେଗୌଡ଼ା ପରାମର୍ଶ ଦେଇଛନ୍ତି । ଯଦି ପ୍ରଜ୍ୱଳ ଏପରି ନ କରନ୍ତି, ତେବେ ପରିବାର ତାଙ୍କୁ କେବେ କ୍ଷମା ଦେବ ନାହିଁ ବୋଲି ଦେବେଗୌଡ଼ା ଏକ୍ସ' ରେ ପୋଷ୍ଟ କରିଛନ୍ତି ।

ଏହାସହ ଦେବେଗୌଡ଼ା କହିଛନ୍ତି, ଯଦି ପ୍ରଜ୍ୱଳଙ୍କର ମୋ ପାଇଁ କୌଣସି ମଧ୍ୟ ସମ୍ମାନ ବାକି ଥିବ ତେବେ ସେ ତୁରନ୍ତ ଭାରତ ଫେରିବେ । ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ା ଆହୁରି ଲେଖିଛନ୍ତି, ମୁଁ ଏହା ସ୍ପଷ୍ଟ କରି ଦେବାକୁ ଚାହେଁ ଯେ ମୁଁ ନିଶ୍ଚିତ କରୁଛି ଯେ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତରେ ମୁଁ କିମ୍ବା ମୋ ପରିବାରର କୌଣସି ସଦସ୍ୟ ହସ୍ତକ୍ଷେପ କରିବେ ନାହିଁ । ଏହି ଘଟଣାକୁ ନେଇ ମୋ ମୁଣ୍ଡରେ କୌଣସି ଭାବନା ନାହିଁ । ଅଭିଯୋଗ ଅନୁଯାୟୀ ତାଙ୍କ କାର୍ଯ୍ୟ ଓ ଭୁଲ ଯୋଗୁ ଯେଉଁମାନେ ଯନ୍ତ୍ରଣା ସହିଛନ୍ତି, ସେମାନଙ୍କୁ ନ୍ୟାୟ ମିଳୁ ।












Click it and Unblock the Notifications