ଅଜିତ ପାୱାରଙ୍କ ମୃତ୍ୟୁ ଦୁଖ ପ୍ରକାଶ କରି ଭଉଣୀ ସୁପ୍ରିୟା ସୁଲେ ଲେଖିଲେ ‘ଡିଭାଷ୍ଟେଡ୍'
ବାରାମତୀରେ ଲ୍ୟାଣ୍ଡିଂ ବେଳେ ହୋଇଥିବା ବିମାନ ଦୁର୍ଘଟଣାରେ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୋଟ ୫ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ସାରା ରାଜ୍ୟ ଶୋକରେ ବୁଡି ରହିଛି। ଅଜିତ ପାୱାରଙ୍କ ମୃତ୍ୟୁ ପରେ ଭଉଣୀ ସୁପ୍ରିୟା ସୁଲେ ଦୁଃଖ ପ୍ରକାଶ କରିଛନ୍ତି। ସେ ହ୍ବାଟସଆପରେ ଇଂରାଜୀରେ 'ଡିଭାଷ୍ଟେଡ୍' ବା 'ଧ୍ବଂସ' ଲେଖି ଦୁଃଖ ପ୍ରକାଶ କରିଛନ୍ତି। ସୁପ୍ରିୟା ବଜେଟ୍ ଅଧିବେଶନ୍ ପାଇଁ ଦିଲ୍ଲୀରେ ଥିଲେ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ତୁରନ୍ତ ବାରାମତିରେ ପହଁଞ୍ଚିଛନ୍ତି। ଅଜିତଙ୍କ ପତ୍ନୀ ଏବଂ ରାଜ୍ୟସଭା ସାଂସଦ ସୁନେତ୍ରା ପାୱାରଙ୍କୁ ସେ ଆଗ ଭେଟିଥିଲେ। ସୁପ୍ରିୟା ଏବଂ ସୁନେତ୍ରା ପରସ୍ପରକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୁଃଖ ଏତେ ବଡ଼ ଥିଲା କେହି ବି ନିଜର ଧର୍ଯ୍ୟ ରଖିପାରିନଥିଲେ।
ପାୱାର ପରିବାରରେ ଶୋକାକୂଳ ପରିବେଶ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି। ସୁପ୍ରିୟାଙ୍କୁ ଖୁବ୍ ଜୋରରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ଅଜିତ ଏବଂ ସୁପ୍ରିୟା ସମ୍ପର୍କ ଖୁବ୍ ଭଲ। ରାଜନୀତିରେ ଯଦିଓ ଦୁହେଁ ଭିନ୍ନ ଭିନ୍ନ ଦଳର, କିନ୍ତୁ ବହୁବାର ଭାଇ-ଭୁଣୀଙ୍କ ଭିତରର ସ୍ନେହ ଦେଖିବାକୁ ମିଳିଥାଏ। ଅଜିତଙ୍କୁ ବଡ଼ ଭାଇ ଭାବରେ ସୁପ୍ରିୟା ସବୁବେଳେ ଖୁବ୍ ସମ୍ମାନ ମଧ୍ୟ କରନ୍ତି।












Click it and Unblock the Notifications