For Quick Alerts
Turn On Notification  
For Daily Alerts
Oneindia App Download

ବଡ଼ ଧରଣର ଭୂକମ୍ପରେ ଥରିବ ଦେବଭୂମି !

ଦେବଭୂମିରେ ହୋଇପାରେ ବଡ ଭୂମିକମ୍ପ। ରିକ୍ଟର ସ୍କେଲ୍ ରେ ତୀବ୍ରତା ରହିବ 8ରୁ ଅଧିକ।

|

ଡେରାଡୁନ: ଦେବଭୂମିରେ ହୋଇପାରେ ବଡ ଭୂମିକମ୍ପ। ରିକ୍ଟର ସ୍କେଲ୍ ରେ ତୀବ୍ରତା ରହିବ 8ରୁ ଅଧିକ। ତେବେ ପୂର୍ବରୁ ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳରେ ବାରମ୍ବାର ଭୂକମ୍ପର ଛୋଟ ଝଟକା ଦେଖିବାକୁ ମିଳିଛି। ତେବେ ଏହି ଝଟକା ବର୍ତ୍ତମାନ କିଛି ବଡ ବିପଦର ସଙ୍କେତ ଦେଉଛି ବୋଲି ସେ ନେଇ ଚର୍ଚ୍ଚା ହେଉଛି । ଏବେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଉତ୍ତରାଖଣ୍ଡରେ ହେବାକୁ ଯାଉଛି ବଡ ଧରଣର ଭୂକମ୍ପ।

earthquake
ବୈଜ୍ଞାନିକଙ୍କ କହିବା ଅନୁସାରେ, ଦୀର୍ଘ ସମୟ ହୋଇଗଲାଣି ହିମାଳୟ କ୍ଷେତ୍ରର ଏହି ଭାଗରେ ବଡ ଭୂକମ୍ପ ଆସିନାହିଁ । ଏହା କାରଣରୁ ଉତ୍ତର ପଶ୍ମିମୀ ହିମାଳୟ ଅଞ୍ଚଳରେ ଯେତେ ପରିମାଣର ଭୂକମ୍ପୀୟ ଉର୍ଜା ଭୂକମ୍ପରେ ଏକତ୍ର ହୋଇଛି, ଏହାର କେବଳ 3ରୁ 5 ପ୍ରତିଶତ ଉର୍ଜା ବାହାରକୁ ଆସି ପାରିଛି । ଏହି କାରଣ ପାଇଁ ବୈଜ୍ଞାନିକମାନେ ବଡ ଧରଣର ଭୂକମ୍ପ ଆସିପାରେ ବୋଲି ପୂର୍ବାନୁମାନ କରିଛନ୍ତି ।

1905 ମସିହାରେ ହିମାଚଳର କାଙ୍ଗ୍ରାଠାରେ 7.8 ତୀବ୍ରତା ଭୂକମ୍ପ ହୋଇଥିଲା । ଯାହା ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇ ଦେଇଥିଲା। ସେହିପରି ନେପାଳରେ ହୋଇଥିବା ଭୂକମ୍ପ ପରେ ଉତ୍ତର-ପଶ୍ଚିମ ହିମାଳୟ ଅଞ୍ଚଳରେ କୌଣସି ବଡ଼ ଭୂକମ୍ପ ହୋଇନାହିଁ । ତେଣୁ ଏଭଳି ସ୍ଥିତିରେ ଉତ୍ତରାଖଣ୍ଡ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ହୋଇପାରେ ବୋଲି ବୈଜ୍ଞାନିକମାନେ ଆକଳନ କରୁଛନ୍ତି । କିନ୍ତୁ ଏନେଇ କିଛି ତାରିଖ ସ୍ପଷ୍ଟ କରାଯାଇନାହିଁ।

1991 ମସିହାରେ ଉତ୍ତରାଖଣ୍ଡରେ ହୋଇଥିବା ଭୂକମ୍ପରେ ରିକ୍ଟର ସ୍କେଲରେ ତୀବ୍ରତା 7.0 ରହିଥିଲା । 1999ରେ ଚାମୋଲିରେ 6.8 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । କିନ୍ତୁ ସେବେଠାରୁ କୌଣସି ବଡ଼ ଧରଣର ଭୂକମ୍ପ ହୋଇନାହିଁ । କିନ୍ତୁ ଛୋଟ ଭୂକମ୍ପର ମାତ୍ରା ବୃଦ୍ଧି ପାଇଛି । ଅନ୍ୟପଟେ ଏସିଆ ଭୂକମ୍ପ କମିଶନ ସିଙ୍ଗାପୁରର ନିର୍ଦ୍ଦେଶକ ପରମେଶ ବାନାର୍ଜୀ କହିଛନ୍ତି, "ଜାପାନ ଏବଂ ଚୀନରେ ଅଧିକାଂଶ ସମୟରେ ଭୂକମ୍ପ ଘଟିଥାଏ ।

ଡକ୍ଟର ପରମେଶ ବାନାର୍ଜୀ କହିଛନ୍ତି, ଜାପାନରେ ଦୁଇ ହଜାରରୁ ଅଧିକ ଜିପିଏସ ସିଷ୍ଟମ ସ୍ଥାପନ କରାଯାଇଛି । ହିମାଳୟର ଯେଉଁ ଅଞ୍ଚଳମାନଙ୍କର ଭୂକମ୍ପ ଅନୁଭୂତ ହୁଏ, ସେଠାରେ ଏପରି ବ୍ୟବସ୍ଥା ନାହିଁ । କିନ୍ତୁ ଆଗାମୀ ସମୟରେ ଜିପିଏସ ସିଷ୍ଟମର ଆବଶ୍ୟକତା ରହିଛି । ଯାହା ଫଳରେ ବୈଜ୍ଞାନିକମାନେ ହିମାଳୟ ଅଞ୍ଚଳର ଗତିବିଧି ଜାଣିପାରିବେ।

ହିମାଳୟର ଟେକ୍ଟୋନିକ୍ ପ୍ଲେଟଗୁଡିକର ପରିବର୍ତ୍ତନ ହେତୁ ଏଠାରେ କମ୍ପନ ଜାରି ରହିଛି । ହିମାଳୟ ଅଧୀନରେ ନିରନ୍ତର ଗତିବିଧି ହେତୁ ପୃଥିବୀ ଉପରେ ଚାପ ବଢିିଯାଏ, ଯାହା ଭୂକମ୍ପର ରୂପ ନେଇଥାଏ । ସେଣ୍ଟ୍ରାଲ୍ ଭୂକମ୍ପ ଗ୍ୟାପ୍ ଭାବରେ ମଧ୍ୟ ଜଣାଶୁଣା ଉତ୍ତରାଖଣ୍ଡ। । ଏଭଳି ପରିସ୍ଥିତିରେ ବୈଜ୍ଞାନିକମାନେ ନିଶ୍ଚିତ ଭାବରେ ଦାବି କରୁଛନ୍ତି ଯେ ଏହି ଅଞ୍ଚଳରେ ଏକ ବଡ଼ ଭୂକମ୍ପ ହୋଇପାରେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
There may be a big earthquake on deva bhoomi. The intensity on the Richter scale will be more than 8. However, earlier, small tremors have been reported in different parts of Uttarakhand.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X