ବଡ଼ ଧରଣର ଭୂକମ୍ପରେ ଥରିବ ଦେବଭୂମି !
ଦେବଭୂମିରେ ହୋଇପାରେ ବଡ ଭୂମିକମ୍ପ। ରିକ୍ଟର ସ୍କେଲ୍ ରେ ତୀବ୍ରତା ରହିବ 8ରୁ ଅଧିକ।
ଡେରାଡୁନ: ଦେବଭୂମିରେ ହୋଇପାରେ ବଡ ଭୂମିକମ୍ପ। ରିକ୍ଟର ସ୍କେଲ୍ ରେ ତୀବ୍ରତା ରହିବ 8ରୁ ଅଧିକ। ତେବେ ପୂର୍ବରୁ ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳରେ ବାରମ୍ବାର ଭୂକମ୍ପର ଛୋଟ ଝଟକା ଦେଖିବାକୁ ମିଳିଛି। ତେବେ ଏହି ଝଟକା ବର୍ତ୍ତମାନ କିଛି ବଡ ବିପଦର ସଙ୍କେତ ଦେଉଛି ବୋଲି ସେ ନେଇ ଚର୍ଚ୍ଚା ହେଉଛି । ଏବେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଉତ୍ତରାଖଣ୍ଡରେ ହେବାକୁ ଯାଉଛି ବଡ ଧରଣର ଭୂକମ୍ପ।

1905 ମସିହାରେ ହିମାଚଳର କାଙ୍ଗ୍ରାଠାରେ 7.8 ତୀବ୍ରତା ଭୂକମ୍ପ ହୋଇଥିଲା । ଯାହା ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇ ଦେଇଥିଲା। ସେହିପରି ନେପାଳରେ ହୋଇଥିବା ଭୂକମ୍ପ ପରେ ଉତ୍ତର-ପଶ୍ଚିମ ହିମାଳୟ ଅଞ୍ଚଳରେ କୌଣସି ବଡ଼ ଭୂକମ୍ପ ହୋଇନାହିଁ । ତେଣୁ ଏଭଳି ସ୍ଥିତିରେ ଉତ୍ତରାଖଣ୍ଡ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ହୋଇପାରେ ବୋଲି ବୈଜ୍ଞାନିକମାନେ ଆକଳନ କରୁଛନ୍ତି । କିନ୍ତୁ ଏନେଇ କିଛି ତାରିଖ ସ୍ପଷ୍ଟ କରାଯାଇନାହିଁ।
1991 ମସିହାରେ ଉତ୍ତରାଖଣ୍ଡରେ ହୋଇଥିବା ଭୂକମ୍ପରେ ରିକ୍ଟର ସ୍କେଲରେ ତୀବ୍ରତା 7.0 ରହିଥିଲା । 1999ରେ ଚାମୋଲିରେ 6.8 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । କିନ୍ତୁ ସେବେଠାରୁ କୌଣସି ବଡ଼ ଧରଣର ଭୂକମ୍ପ ହୋଇନାହିଁ । କିନ୍ତୁ ଛୋଟ ଭୂକମ୍ପର ମାତ୍ରା ବୃଦ୍ଧି ପାଇଛି । ଅନ୍ୟପଟେ ଏସିଆ ଭୂକମ୍ପ କମିଶନ ସିଙ୍ଗାପୁରର ନିର୍ଦ୍ଦେଶକ ପରମେଶ ବାନାର୍ଜୀ କହିଛନ୍ତି, "ଜାପାନ ଏବଂ ଚୀନରେ ଅଧିକାଂଶ ସମୟରେ ଭୂକମ୍ପ ଘଟିଥାଏ ।
ଡକ୍ଟର ପରମେଶ ବାନାର୍ଜୀ କହିଛନ୍ତି, ଜାପାନରେ ଦୁଇ ହଜାରରୁ ଅଧିକ ଜିପିଏସ ସିଷ୍ଟମ ସ୍ଥାପନ କରାଯାଇଛି । ହିମାଳୟର ଯେଉଁ ଅଞ୍ଚଳମାନଙ୍କର ଭୂକମ୍ପ ଅନୁଭୂତ ହୁଏ, ସେଠାରେ ଏପରି ବ୍ୟବସ୍ଥା ନାହିଁ । କିନ୍ତୁ ଆଗାମୀ ସମୟରେ ଜିପିଏସ ସିଷ୍ଟମର ଆବଶ୍ୟକତା ରହିଛି । ଯାହା ଫଳରେ ବୈଜ୍ଞାନିକମାନେ ହିମାଳୟ ଅଞ୍ଚଳର ଗତିବିଧି ଜାଣିପାରିବେ।
ହିମାଳୟର ଟେକ୍ଟୋନିକ୍ ପ୍ଲେଟଗୁଡିକର ପରିବର୍ତ୍ତନ ହେତୁ ଏଠାରେ କମ୍ପନ ଜାରି ରହିଛି । ହିମାଳୟ ଅଧୀନରେ ନିରନ୍ତର ଗତିବିଧି ହେତୁ ପୃଥିବୀ ଉପରେ ଚାପ ବଢିିଯାଏ, ଯାହା ଭୂକମ୍ପର ରୂପ ନେଇଥାଏ । ସେଣ୍ଟ୍ରାଲ୍ ଭୂକମ୍ପ ଗ୍ୟାପ୍ ଭାବରେ ମଧ୍ୟ ଜଣାଶୁଣା ଉତ୍ତରାଖଣ୍ଡ। । ଏଭଳି ପରିସ୍ଥିତିରେ ବୈଜ୍ଞାନିକମାନେ ନିଶ୍ଚିତ ଭାବରେ ଦାବି କରୁଛନ୍ତି ଯେ ଏହି ଅଞ୍ଚଳରେ ଏକ ବଡ଼ ଭୂକମ୍ପ ହୋଇପାରେ ।












Click it and Unblock the Notifications