କଂଗ୍ରେସ ଉପରେ ଶାହାଙ୍କ ବଡ଼ ଅଭିଯୋଗ, କହିଲେ କଂଗ୍ରେସ ଚାହୁଁନଥିଲା ଆମ୍ବେଦକରଙ୍କୁ ମିଳୁ ଭାରତ ରତ୍ନ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ବାବା ସାହେବ ଆମ୍ବେଦକରଙ୍କ ଉପରେ ଦିଆଯାଇଥିବା ବୟାନକୁ ନେଇ ସମଗ୍ର ବିରୋଧୀ ଦଳମାନେ ବିଜେପି ଉପରେ ଆକ୍ରମଣ କରିବା ସହ ଅମିତ ଶାହାଙ୍କ ଇସ୍ତଫା ଦାବି କରୁଛନ୍ତି । ଏବେ ବିରୋଧୀ ଦଳଙ୍କ ଏହି ଦାବି ଉପରେ ନିଜର ପକ୍ଷ ରଖିଛନ୍ତି ଶାହା ।

ସେ କହିଛନ୍ତି ଯେ କଂଗ୍ରେସ ତାଙ୍କ ବୟାନକୁ କଟାକଟି କରି ଭୁଲଭାବେ ଉପସ୍ଥାପନ କରିଛି ବୋଲି ଶାହା କହିଛନ୍ତି । ଏହା ସହ କଂଗ୍ରେସ ଉପରେ ସେ ଖୁବ୍ ବର୍ଷି କହିଛନ୍ତି କଂଗ୍ରେସ ସମ୍ବିଧାନ ବିରୋଧୀ, ଆମ୍ବେଦକର ବିରୋଧୀ । ନେହରୁ ଓ ଇନ୍ଦିରାଙ୍କୁ ଭାରତ ରତ୍ନ ଦେଲେ, କିନ୍ତୁ ଆମ୍ବେଦକରଙ୍କୁ ସମ୍ମାନିତ କଲେନାହିଁ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମ୍ବେଦକରଙ୍କୁ ଭାରତରତ୍ନ ମିଳୁ ବୋଲି କଂଗ୍ରେସ ଚାହୁଁ ନ ଥିଲା। ୧୯୯୦ରେ ଆମ୍ବେଦକର ଭାରତରତ୍ନରେ ସମ୍ମାନିତ ହୋଇଥିଲେ। ଆମ୍ବେଦକରଙ୍କୁ ନେଇ ମୋ' ମନ୍ତବ୍ୟକୁ କଂଗ୍ରେସ ବିକୃତ କରିଛି। ମନ୍ତବ୍ୟକୁ ବିକୃତ କରିବା କଂଗ୍ରେସର ଅଭ୍ୟାସ, ନିର୍ବାଚନ ବେଳେ ବି କଂଗ୍ରେସ ଏଭଳି କରିଥିଲା।

amit shah

ପୁରୁଣା ପଦ୍ଧତି ଗ୍ରହଣ କରି କଥାକୁ ନଥା କରି ମିଥ୍ୟାକୁ ସତ୍ୟ ପ୍ରମାଣ କରି ସମାଜରେ ଦ୍ୱନ୍ଦ୍ୱ ବିସ୍ତାର କରିବାକୁ କଂଗ୍ରେସ ପୁଣି ଥରେ ଏକ ମନ୍ଦ ଉଦ୍ୟମ କରିଛି। ସଂସଦରେ ଆଲୋଚନା ବେଳେ ଏହା ପ୍ରମାଣିତ ହୋଇଛି ଯେ, ବାବା ସାହେବ ଆମ୍ବେଦକରଙ୍କ କଂଗ୍ରେସ କିପରି ଦୃଢ଼ ବିରୋଧ କରିଥିଲା ଏବଂ ତାଙ୍କ ଅନୁପସ୍ଥିତି ପରେ ମଧ୍ୟ କଂଗ୍ରେସ ତାଙ୍କୁ ମାର୍ଜିତ କରିବାକୁ ଚେଷ୍ଟା କରିଥିଲା। ଶାହା କହିଛନ୍ତି, ମୋ ଯୋଗୁ ଅରବିନ୍ଦ କେଜ୍‌ରିୱାଲ ସମ୍ବିଧାନ ଏବଂ ବାବା ସାହେବଙ୍କୁ ସମ୍ମାନ ଦେବା ଆରମ୍ଭ କରିଥିଲେ। ଏହା ଏକ ବଡ଼ କଥା। ଖାର୍ଗେଜୀ ଆତ୍ମ ମନ୍ଥନ କରିବା ଆବଶ୍ୟକ। ମୁଁ ସ୍ୱପ୍ନରେ ସୁଦ୍ଧା ବାବାସାହେବଙ୍କୁ ଅପମାନ କରିପାରିବି ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+