Koo Shutdown: ସ୍ୱଦେଶୀ ଆପ୍ 'Koo'ହେବ ବନ୍ଦ

Koo Shutdown: ଦେଶୀ ସୋସିଆଲ ମିଡିଆ ଷ୍ଟାର୍ଟଅପ୍ 'Koo' ବନ୍ଦ ହେବାକୁ ଯାଉଛି । କମ୍ପାନୀର ସହ-ପ୍ରତିଷ୍ଠାତା Aprameya Radhakrishna ଏନେଇ ସୂଚନା ଜାରି କରିଛନ୍ତି । ଗତ କିଛି ଦିନ ହେବ 'Koo' ବିକ୍ରି କିମ୍ବା ଅନ୍ୟ କମ୍ପାନୀ ସହ ମିଶିବା ନେଇ ଆଲୋଚନା ଚାଲିଥିଲା, ଯେଉଁଥିରେ ଡେଲି ହଣ୍ଟ ମଧ୍ୟ ସାମିଲ ଥିଲା । ହେଲେ ଏହି ଆଲୋଚନା ସଫଳ ହୋଇ ନଥିଲା ।
ପରେ କମ୍ପାନୀର ପ୍ରତିଷ୍ଠାତା 'Koo'ଙ୍କୁ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି।

'Koo' X ଅର୍ଥାତ (ପୂର୍ବରୁ ଟ୍ୱିଟର୍ ଭାବେ ଜଣାଶୁଣା ଥିଲା)ର ବିକଳ୍ପ ବୋଲି କୁହାଯାଇଥିଲା। ଅପ୍ରେମୟା ରାଧାକ୍ରିଷ୍ଣନ୍ ଏବଂ ମୟଙ୍କ ବିଦ୍ୱତକା 2019 ରେ 'କୁ'ର ଆରମ୍ଭ କରିଥିଲେ ଏବଂ ଏହା ମାର୍ଚ୍ଚ 2020 ରେ ଆରମ୍ଭ କରାଯାଇଥିଲା । ଯେତେବେଳେ ଦିଲ୍ଲୀ ସୀମାରେ ଥିବା ତିନୋଟି କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ବିରୋଧ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ବିରୋଧର ଭିଡିଓ ହଟାଇବା ନେଇ ଭାରତ ସରକାର ଏବଂ ଏକ୍ସ (ପୂର୍ବରୁ ଟ୍ୱିଟର) ମଧ୍ୟରେ ବିବାଦ ଦେଖାଦେଇଥିଲା, ସେତେବେଳେ 'Koo' ଲାଇମ୍ ଲାଇଟକୁ ଆସିଥିଲା। । ଏପରିକି ସରକାରଙ୍କ ପ୍ରେସ ବିଜ୍ଞପ୍ତିରେ ମଧ୍ୟ 'x' ପରିବର୍ତ୍ତେ 'କୁ' ଆସିବା ଆରମ୍ଭ ହୋଇଥିଲା।

Koo Shutdown

କୁ'ର ବନ୍ଦ ହେବା ନେଇଁ Aprameya Radhakrishna ସୂଚନା ଦେଇଛନ୍ତି । ସେ ଲିଙ୍କଡିନରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, କୁର ସହଭାଗୀତା ସମ୍ବନ୍ଧରେ ଆମର ଚାଲିଥିବା ଆଲୋଚନା ବିଫଳ ହୋଇଛି ଏବଂ ସେଥିପାଇଁ ଆମେ କୁ'ରେ ସେବା ବନ୍ଦ କରିବାର ନିଷ୍ପତ୍ତି ନେଇଛୁ । ଅମେ ଅନ୍ୟ ବଡ଼ ବଡ଼ ସୋସିଆଲ ମିଡିଆ କମ୍ପାନୀ ସହ କାମ କରିବା ପାଇଁ ଚାହିଁଥିଲୁ ହେଲେ ଏହା ସମ୍ଭବ ହୋଇ ନାହିଁ । ସେ ଆହୁରି ଲେଖିଛନ୍ତି, ଆମେ ଆପ୍ ଚାଲୁ ରଖିବାକୁ ଚାହୁଁଥିଲୁ କିନ୍ତୁ ଏକ ସୋସିଆଲ୍ ମିଡିଆ ଆପ୍ ଚଲାଇବା ପାଇଁ ଟେକ୍ନୋଲୋଜି ସେବାଗୁଡ଼ିକର ମୂଲ୍ୟ ବହୁତ ଅଧିକ ଏବଂ ଏହି କାରଣରୁ ଆମକୁ ଏହି ନିଷ୍ପତ୍ତି ନେବାକୁ ପଡ଼ୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+