Get Updates
Get notified of breaking news, exclusive insights, and must-see stories!

ବହାର ରାଜନୈତିକ ସଂକଟ ମଧ୍ୟରେ ତେଜସ୍ୱୀଙ୍କ ବୟାନ, କହିଲେ ଖେଳ ହେବାକୁ ବହୁତ କିଛି ବାକି ଅଛି

Bihar Politics: ବିହାରରେ ରାଜନୈତିକ ହାଇଡ଼୍ରାମା ଜାରି ରହିଛି । ଶୁଣାଯାଉଛି ଯେ ନୀତୀଶ କୁମାର ପୁଣି ଥରେ ପଟ ପରିବର୍ତ୍ତନ କରିବାକୁ ଯାଉଛନ୍ତି । କୁହାଯାଉଛି ଯେ ସେ ପୁଣି ଥରେ ମହା ଗଠବନ୍ଧନ ଭାଙ୍ଗି ଏନଡିଏରେ ଯୋଗ ଦେବାକୁ ଯାଉଛନ୍ତି । ପାଟନା ଏବଂ ଦିଲ୍ଲୀରେ ବର୍ତ୍ତମାନ ଘନ ଘନ ବୈଠକ ଉପରେ ବୈଠକ ଚାଲଇଛି । ବିଜେପି ନେତାମାନେ ମଧ୍ୟ ନୀତୀଶଙ୍କ ଏନଡିଏରେ ପ୍ରବେଶକୁ ସୂଚିତ କରୁଛନ୍ତି । ଯଦିଓ ଏସବୁ କେବଳ ଚର୍ଚ୍ଚା , କିନ୍ତୁ ଶୀଘ୍ର ଏହି କଳ୍ପନାଗୁଡ଼ିକ ବାସ୍ତବରେ ପରିଣତ ହେବାକୁ ଯାଉଛି ।

ଏହି ସମୟରେ ପାଟନାରେ ଆରଜେଡିର ବିଧାନସଭା ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆରଜେଡି ବିଧାୟକଙ୍କ ସମେତ ଦଳର ବହୁ ବଡ ନେତା ଯୋଗ ଦେଇଥିଲେ । ଏହି ବୈଠକରେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି, "ସିଏମ ନୀତୀଶ କୁମାର ଆଦରଣୀୟ ଥିଲେ ଏବଂ ଅଛନ୍ତି । ଅନେକ ଜିନିଷ ନୀତୀଶ କୁମାରଙ୍କ ଅଧୀନରେ ନାହିଁ । ମହା ଗଠବନ୍ଧନର ଆରଜେଡି ସହଯୋଗୀମାନେ ସର୍ବଦା ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେଇଆସିଛନ୍ତି ବୋଲି କହିଛନ୍ତି ତେଜସ୍ୱୀ ।

tejashwi yadav

ତେଜସ୍ୱୀ ଯାଦବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋ ସହ ମଞ୍ଚରେ ବସି ପଚାରିଥିଲେ, ୨୦୦୫ ପୂର୍ବରୁ ବିହାରରେ କ'ଣ ଥିଲା? ବର୍ତ୍ତମାନ ଅଧିକ ଲୋକ ଆମ ସହିତ ଅଛନ୍ତି । ଯେଉଁ କାମ ଦୁଇ ଦଶନ୍ଧିରେ କରାଯାଇ ନଥିଲା, ଆମେ ଏହାକୁ ଅଳ୍ପ ସମୟ ମଧ୍ୟରେ କରିଥିଲୁ, ତାହା ଚାକିରୀ ହେଉ, ଜନଗଣନା, ସଂରକ୍ଷଣ ବୃଦ୍ଧି ଇତ୍ୟାଦି । ବର୍ତ୍ତମାନ ବିହାରରେ ଅନେକ ଖେଳ ଖେଳାଯିବାର ବାକି ରହିଛି ।

ଏହି ବୈଠକ ପରେ ରାଜ୍ୟସଭା ସାଂସଦ ମନୋଜ ଝା । କହିଛନ୍ତି ଯେ ବସିଥିବା ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ବୈଠକରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସେ କହିଛନ୍ତି । ଏଥିରେ ରାଜ୍ୟ ତଥା ଜାତୀୟ ପ୍ରସଙ୍ଗ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଏହା ସହିତ ଦଳ ବିଷୟରେ ଆଗକୁ କେୁଁ ନିଷ୍ପତ୍ତି ନିଆଯିବ ତାହା କେବଳ ଆରଜେଡି ମୁଖ୍ୟ ଲାଲୁ ଯାଦବ ହିଁ ନେବେ ବୋଲି ମନୋଜ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+