ଅଗ୍ନିକାଣ୍ଡରେ ଉପ ମୁଖ୍ୟମନ୍ତ୍ରୀ ପନବ କଲ୍ୟାଣଙ୍କ ପୁଅ ଆହତ, ହସ୍ପିଟାଲରେ ଭର୍ତ୍ତି
ପବନ କଲ୍ୟାଣଙ୍କ ସାନ ପୁଅ ଆହତ । ସିଙ୍ଗାପୁରର ଏକ ସ୍କୁଲରେ ଅଗ୍ନିକାଣ୍ଡ ଘଟିଛି । ଏହି ଆଗ୍ନିକାଣ୍ଡରେ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟି ସଭାପତି ପବନ କଲ୍ୟାଣଙ୍କ ସାନ ପୁଅ ମାର୍କ ଶଙ୍କର ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ତାଙ୍କ ହାତ ଏବଂ ଗୋଡରେ ଆଘାତ ଲାଗିଛି । ଆହତ ଅବସ୍ଥାରେ ତାଙ୍କୁ ସିଙ୍ଗାପୁରର ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପବନ କଲ୍ୟାଣ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲା ଗସ୍ତରେ ଅଛନ୍ତି । ସେ ତାଙ୍କର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସମାପ୍ତ କରିବା ପରେ ସିଙ୍ଗାପୁର ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଜନସେନା ପାର୍ଟି ଏକ୍ସରେ ଏକ ପୋଷ୍ଟରେ ଲେଖିଛି, "ପବନ କଲ୍ୟାଣ ଗତକାଲି ଆରାକୁ ନିକଟସ୍ଥ କୁରିଡି ଗାଁର ଆଦିବାସୀମାନଙ୍କୁ ଭେଟିବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମେ ସେ ସେଠାକୁ ଯିବେ ଏବଂ ସେମାନଙ୍କୁ ଭେଟିବେ ଆଉ ସେମାନଙ୍କ ସମସ୍ୟା ଶୁଣିବେ ।" ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ କିଛି ବିକାଶ ଯୋଜନା ଆରମ୍ଭ ହେବାକୁ ଯାଉଛି, ତେଣୁ ସେ ଗସ୍ତ ଶେଷ କରିବା ପରେ ହିଁ ସିଙ୍ଗାପୁର ଯିବେ । ଗସ୍ତ ସମାପ୍ତ କରିବା ପରେ, ସେ ବିଶାଖାପାଟଣାରେ ପହଞ୍ଚିବେ, ଯେଉଁଠାରୁ ତାଙ୍କର ସିଙ୍ଗାପୁର ଯିବା ପାଇଁ ପ୍ରସ୍ତୁତି ଚାଲିଛି ।












Click it and Unblock the Notifications