ଦୁଃଖ ବୁଝିଲେ ଉପ ମୁଖ୍ୟମନ୍ତ୍ରୀ; ପୁରା ଗାଁର ଲୋକଙ୍କ ପଠାଇଲେ ଚପଲ

ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ଓ ଜନ ସେନା ପାର୍ଟି ଅଧ୍ୟକ୍ଷ ପୱନ କଲ୍ୟାଣ ଅଲ୍ଲୁରି ସୀତାରାମ ରାଜୁ ଜିଲ୍ଲାର ସମସ୍ତ ଗ୍ରାମବାସୀଙ୍କୁ ଚପଲ ପଠାଇଛନ୍ତି । ଗାଁର ବୃଦ୍ଧ ମହିଳାଙ୍କ ସମେତ ଅନେକ ଲୋକଙ୍କୁ ଖାଲି ପାଦରେ ଚାଲୁଥିବା ଦେଖି ପୱନ ଏପରି କରିଛନ୍ତି । ପୱନ ନିକଟରେ ଦୁଇ ଦିନିଆ ଅରାକୁ ଓ ଡୁମ୍ବ୍ରିଗୁଡ଼ା କ୍ଷେତ୍ର ଗସ୍ତରେ ଡୁମ୍ବ୍ରିଗୁଡ଼ା ମଣ୍ଡଳର ପେଡାପଦୁ ଗାଁ ପରିଦର୍ଶନ କରିଥିଲେ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟା ବୁଝିଥିଲେ ।

paban kalyan

ଗାଁ ଲୋକଙ୍କ ସହ କଥା ହେବା ସମୟରେ ପୱନ ପାଙ୍ଗୀ ମିଠୁ ନାମ୍ନୀ ଜଣେ ବୟସ୍କ ମହିଳାଙ୍କ ସଂସ୍ପର୍ଶରେ ଆସିଲେ । ବୃଦ୍ଧାଙ୍କ ପାଦରେ ଜୋତା ନ ଥିଲା । ଗାଁର ଅନେକ ଲୋକ ମଧ୍ୟ ଖାଲିପାଦରେ ଥିବା ସେ ଲକ୍ଷ୍ୟ କଲେ । ଏହି ଦୃଶ୍ୟ ତାଙ୍କ ମନକୁ ଆନ୍ଦୋଳିତ କଲା । ସେ ସଙ୍ଗେସଙ୍ଗେ ଗାଁର ଲୋକସଂଖ୍ୟା ବିଷୟରେ ଜାଣିବାକୁ ଚାହିଁଲେ । ଗାଁରେ ପ୍ରାୟ ୩୫୦ ଲୋକ ବାସ କରୁଥିବା ଜାଣିବା ପରେ ସମସ୍ତଙ୍କ ପାଇଁ ଚପଲର ବ୍ୟବସ୍ଥା କରିବାକୁ ନିଜ କାର୍ଯ୍ୟାଳୟକୁ କହିଲେ ।

ଉପ-ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ଚପଲ ଗାଁରେ ପହଞ୍ଚିଲା ଏବଂ ସମସ୍ତ ଗ୍ରାମବାସୀଙ୍କୁ ବଣ୍ଟାଗଲା । ଏ ନେଇ ଗାଁର ଜଣେ ବାସିନ୍ଦା କହିଛନ୍ତି, ପୱନ ସାର୍‌ ଆସିଲେ ଏବଂ ଆମ ସମସ୍ୟାକୁ ବୁଝିଲେ । ଅନ୍ୟ କୌଣସି ନେତା ଗାଁକୁ ଆସିନଥିଲେ କିମ୍ବା ଆମ ସମସ୍ୟାକୁ ବୁଝିନଥିଲେ । ଡୁମ୍ବ୍ରିଗୁଡ଼ା ମଣ୍ଡଳ ଗସ୍ତ ପାଇଁ ପୱନଙ୍କୁ ଗ୍ରାମବାସୀ ଧନ୍ୟବାଦ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+