ଆପଣ କରୁଛନ୍ତି କି ସ୍ପିଡ୍ ପୋଷ୍ଟ? ଏହି ଖବର ଆପଣଙ୍କ ପାଇଁ, ଏହି ଦିନଠୁ .....

ଭାରତୀୟ ଡାକ ବିଭାଗ ସ୍ପିଡ୍ ପୋଷ୍ଟ ସେବା କ୍ଷେତ୍ରରେ କେତେକ ପରିବର୍ତ୍ତନ କରିଛି। ୧୯୬୮ ମସିହା ଅଗଷ୍ଟ ୧ରେ ପ୍ରଚଳନ ହୋଇଥିବା ତ୍ଵରିତ ଡାକ ସେବାକୁ ଆହୁରି ତ୍ଵରିତ ଢଙ୍ଗରେ କରିବା ଏବଂ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ଦିଗରେ ପଦକ୍ଷେପ ସ୍ବରୂପ ଡାକ ବିଭାଗ ନିଷ୍ପତ୍ତି ନେଇଛି। ଆସନ୍ତା ଅକ୍ଟୋବର ୧ରୁ ତ୍ଵରିତ ଡାକ ସେବା (ସ୍ପିଡ୍ ପୋଷ୍ଟ) କ୍ଷେତ୍ରରେ ନୂଆ ଦର ଲାଗୁ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ସ୍ପିଡ୍ ପୋଷ୍ଟ ସେବାକୁ ଆହୁରି ନିର୍ଭରଯୋଗ୍ୟ ଓ ସୁରକ୍ଷିତ କରିବା ଉଦେଶ୍ୟରେ ଓଟିପି ଆଧାରିତ ସୁରକ୍ଷିତ ବିତରଣ ବ୍ୟବସ୍ଥା ଲାଗୁ କରାଯିବ।

Inland Speed Post

ଏହାବ୍ୟତୀତ ଅକ୍ଟୋବର ୧ରୁ ଅନଲାଇନ୍ ଦେୟ ସୁବିଧା, ଏସଏମଏସ ଆଧାରିତ ସୂଚନା ପ୍ରଦାନ, ସୁବିଧାଜନକ ଅନଲାଇନ୍ ବୁକିଂ ସେବା, ରିଅଲ୍-ଟାଇମ୍ ଡେଲିଭରୀ ଅପଡେଟ୍ ଓ ପଞ୍ଜୀକରଣ ସୁବିଧା ଆରମ୍ଭ ହେବ। ଦେଶ ଭିତରେ ସ୍ପିଡ୍ ପୋଷ୍ଟର ଶୁଳ୍କ ଶେଷ ଥର ପାଇଁ ୨୦୧୨ ଅକ୍ଟୋବରରେ ସଂଶୋଧିତ ହୋଇଥିବା ବେଳେ ସଂଶୋଧିତ ଦର ନେଇ ଡାକ ବିଭାଗ ସୂଚନା ଦେଇଛି। ଦସ୍ତାବିଜ ଏବଂ ପାର୍ସଲ ପାଇଁ ସ୍ପିଡ୍ ପୋଷ୍ଟ ଅଧୀନରେ ପଞ୍ଜିକରଣର ମୂଲ୍ୟଯୁକ୍ତ ସେବା ପାଇଁ ୫ ଟଙ୍କା ଲାଗୁ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁଳ୍କ ଉପରେ ୧୦% ଓ ନୂଆ ଗ୍ରାହକଙ୍କ ପାଇଁ ୫% ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+