Delhi Dengue:ରାଜଧାନୀ ଦିଲ୍ଲାରେ ଡେଙ୍ଗୁ ଆତଙ୍କ, ଏକ ସପ୍ତାହରେ ଚିହ୍ନଟ ହେଲେଣି ଏତିକି ରୋଗୀ
Delhi Dengue Case In Odia: ବର୍ଷା ଓ ବନ୍ୟା ଯୋଗୁ ରାଜଧାନୀ ଦିଲ୍ଲୀରେ ବଢୁଛି ଡେଙ୍ଗୁ ମାମଲା । କାରଣ ଘରଠୁ ଆରମ୍ଭ କରି ସର୍ବସାଧାରଣ ସ୍ଥାନ ପର୍ଯ୍ୟନ୍ତ ସବୁଠି ଜମି ରହିଛି ପାଣି । ପୂର୍ବ ବର୍ଷ ତୁଳନାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣିତ ବଢିଯାଇଛି । ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ରିପୋର୍ଟ ଅନୁଯାୟୀ, ଗତ ଏକ ସପ୍ତାହ ମଧ୍ୟରେ ଡେଙ୍ଗୁର 24 ଜଣ ରୋଗୀ ଏବଂ ମ୍ୟାଲେରିଆର ୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।
ମୋଟ ରୋଗୀଙ୍କ ସଂଖ୍ୟା 187କୁ ବୃଦ୍ଧି ପାଇଛି
ସେହିପରି ଏକ ସପ୍ତାହ ମଧ୍ୟରେ ଚିକନଗୁନିଆର କୌଣସି ଗୁଡିଏ ମଧ୍ୟ ମାମଲା ପଞ୍ଜୀକୃତ ହୋଇନାହାଁନ୍ତି । 24ଟି ନୂଆ ଡେଙ୍ଗୁ ରୋଗୀଙ୍କୁ ମିଶାଇ ରାଜଧାନୀ ଦିଲ୍ଲୀ ମୋଟ ରୋଗୀଙ୍କ ସଂଖ୍ୟା 187କୁ ବୃଦ୍ଧି ପାଇଥିବାବେଳେ ମ୍ୟାଲେରିଆ 61 ଏବଂ ଚକନଗୁନିଆ ରୋଗୀଙ୍କ ସଂଖ୍ୟା 14କୁ ବୃଦ୍ଧି ପାଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଲୁଟିନ୍ସ ଦିଲ୍ଲୀ ଯେଉଁଠି ଚଳିତ ବର୍ଷ ଜି -20 ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଆସୁଥିବା ପ୍ରତିନିଧିମାନେ ରହିବେ ସେଠାରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସଂଖ୍ୟାରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।
ଏମସିଡିର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଅନୁଯାୟୀ,ଡେଙ୍ଗୁ ଲକ୍ଷଣ ହେଉଛି ଜ୍ୱର, ମୁଣ୍ଡବିନ୍ଧା,ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା ହେବା । ଯଦି କୌଣସି ବ୍ୟକ୍ତିଙ୍କ ମଧ୍ୟ ଏପରି ଲକ୍ଷଣ ଦେଖା ଦିଏ ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ ନାହିଁ ।












Click it and Unblock the Notifications