ଚିନ୍ତା ବଢାଇଲା ଡେଙ୍ଗୁ ; ମହାମାରୀ ଭାବେ ଘୋଷଣା କଲେ ରାଜ୍ୟ ସରକାର

ଡେଙ୍ଗୁକୁ ମହାମାରୀ ରୂପେ ଘୋଷଣା କଲେ କର୍ଣ୍ଣାଟକ ସରକାର। ରାଜ୍ୟ ମହାମାରୀ ରୋଗ ଆଇନ ୨୦୨୦ ଅନୁସାରେ, ଏହାକୁ ମହାମାରୀ ଭାବେ ଘୋଷଣା କରାଯାଇଛି। ଏବଂ ନିୟମ ଉଲ୍ଲଂଘନ କଲେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। କେବଳ ସେତେକି ନୁହେଁ, ଡେଙ୍ଗୁ ଜ୍ୱର ବ୍ୟାପିବା ରୋକିବା ପାଇଁ ସରକାର କର୍ଣ୍ଣାଟକ ମହାମାରୀ ରୋଗ ନିୟମ ୨୦୨୦ରେ ସଂଶୋଧନ ମଧ୍ୟ କରିଛନ୍ତି।

Karnataka Government

ଏନେଇ ସରକାର ଜାରି କରିଥିବା ବିଜ୍ଞପ୍ତୀରେ କୁହାଯାଇଛି "କର୍ଣ୍ଣାଟକ ମହାମାରୀ ରୋଗ ନିୟମ ୨୦୨୦ର ଧାରା ୩ ଅନୁସାରେ ରାଜ୍ୟ ସରକାର ଡେଙ୍ଗୁ ଜ୍ୱର ଓ ଏହାର ଭୟଙ୍କର ରୂପକୁ ରାଜ୍ୟରେ ମହାମାରୀ ଭାବେ ଘୋଷଣା କରୁଛନ୍ତି।" ସଂଶୋଧିତ ନିୟମାବଳୀରେ ଡେଙ୍ଗୁ ମଶା ପ୍ରଜନନକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ମାଲିକ, ଦଖଲକାରୀ, ନିର୍ମାଣକାରୀ ଏବଂ ଜମି, କୋଠା, ପାଣି ଟାଙ୍କି, ପାର୍କ ଏବଂ ଖେଳ ପଡିଆ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ଉପରେ ଏକ ଦାୟିତ୍ୱ ଦିଆଯାଇଛି। ମଶା ସଂଖ୍ୟା ହ୍ରାସ କରିବା ସହିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଡେଙ୍ଗୁ ଜ୍ୱର ବ୍ୟାପିବାରେ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି।

ସରକାରୀ ନିୟମକୁ କାର୍ଯ୍ୟକାରୀ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦାୟିତ୍ୱ ଦିଆଯାଇଛି। ମଶା ପ୍ରଜନନକୁ ରୋକିବା କୁହାଯାଇଥିବା ନିର୍ଦ୍ଦେଶ ନମାନିଲେ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସହରାଞ୍ଚଳରେ ମଶା ପ୍ରଜନନ ସ୍ଥାନ ମିଳିଲେ ୪୦୦ ଟଙ୍କା ଫାଇନ୍ ଓ ଗ୍ରାମାଞ୍ଚଳରେ ୨୦୦ ଟଙ୍କା ଫାଇନ କରାଯାଇଛି। ସେହିପରି ବାଣିଜ୍ୟିକ ପ୍ରତିଷ୍ଠାନ,କାର୍ଯ୍ୟାଳୟ, ବିଦ୍ୟାଳୟ, କଲେଜ, ଆବାସିକ ସୁବିଧା, ସ୍ୱାସ୍ଥ୍ୟସେବା, ଏବଂ ରେଷ୍ଟୁରାଣ୍ଟ ପାଇଁ ସହରାଞ୍ଚଳରେ ୧୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳରେ ୫୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ସକ୍ରିୟ ନିର୍ମାଣ ସ୍ଥାନ, ପରିତ୍ୟକ୍ତ ଅଞ୍ଚଳ ଏବଂ ଖାଲି ସ୍ଥାନଗୁଡିକ ପାଇଁ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ପାଇଁ ଜୋରିମାନା ୧୦୦୦ ଟଙ୍କା ରଖାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+