ଦେଶରେ ବଢୁଛି ଡେଙ୍ଗୁ ସଂକ୍ରମଣ , ଜାଣନ୍ତୁ କେମିତି ହେବେ ସୁସ୍ଥ

ଏହି ରୋଗ ବଢିବାର କ'ଣ ରହିଛି କାରଣ,ଏଥିରୁ ନିଜକୁ କେମିତି ରକ୍ଷା କରି ପାରିବେ , ଏହାର ଲକ୍ଷଣ କ'ଣ ସେ ବିଷୟରେ ଆସନ୍ତୁ ଜାଣିବା କ'ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ନୂଆଦିଲ୍ଲୀ: ସମଗ୍ର ଦେଶରେ ବଢିବାରେ ଲାଗିଛି ଡେଙ୍ଗୁ । ଚିକିତ୍ସା ପାଇଁ ଡାକ୍ତରଖାନାରେ ଜମୁଛି ରୋଗୀଙ୍କ ଭିଡ । ତେବେ ଏହି ରୋଗ ବଢିବାର କ'ଣ ରହିଛି କାରଣ , ଏଥିରୁ ନିଜକୁ କେମିତି ରକ୍ଷା କରି ପାରିବେ , ଏହାର ଲକ୍ଷଣ କ'ଣ ସେ ବିଷୟରେ ଆସନ୍ତୁ ଜାଣିବା କ'ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

dengue

ବିଶେଷଜ୍ଞଙ୍କ କହିବା ଅନୁସାରେ, ଡେଙ୍ଗୁ ହେଉଛି ଏକ ମଶା ଦ୍ବାରା ବ୍ୟାପୁଥିବା ସଂକ୍ରମଣ । ଏହି ରୋଗର ଶିକାର ହେଲେ ଜଣେ ବ୍ୟକ୍ତିଙ୍କୁ ପ୍ରବଳ ଜ୍ବର, ମୁଣ୍ଡବ୍ୟଥା, ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା, ଚର୍ମରେ ଦାଗ ଇତ୍ୟାଦି ହୋଇଥାଏ । ଫ୍ଲାଭିଭିରିଡ ବଂଶର ଏକ ଭୂତାଣୁଙ୍କର ସେରୋଟାଇପ୍ ଦ୍ବାରା ଏହି ସଂକ୍ରମଣ DENV-1, DENV-2, DENV-3 ଏବଂ DENV-4 ହୋଇଥାଏ । ଏହି ଭୂତାଣୁ ସାଧାରଣତଃ କେନ୍ଦ୍ରୀୟ ଏବଂ ଦକ୍ଷିଣ ଆମେରିକା, ଆଫ୍ରିକା, ଏସିଆର କିଛି ଅଂଶ ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ପରି ଟ୍ରପିକାଲ୍ ଏବଂ ଉପ-ଟ୍ରପିକାଲ୍ ଅଞ୍ଚଳରେ ଦେଖାଯାଏ ।

ଏହି ଭୂତାଣୁ ମଣିଷ ଶରୀରରେ 10 ଦିନରୁ ଅଧିକ ସମୟ ବଞ୍ଚି ରହିପାରନ୍ତି ନାହିଁ । ବର୍ତ୍ତମାନ ସୁଦ୍ଧା ଡେଙ୍ଗୁ ରୋଗ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ବା ଚିକିତ୍ସାର ସୁବିଧା ହୋଇନାହିଁ । ଏହାକୁ କେବଳ ନିୟନ୍ତ୍ରଣ କରାଯାଇ ପାରିବ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଡେଙ୍ଗୁର ପ୍ରାରମ୍ଭିକ ଲକ୍ଷଣ ସାଧାରଣ ଜ୍ବର ପରି , ସାଧାରଣତଃ ଏହା ପ୍ରାରମ୍ଭିକ ସ୍ତରରୁ ଜଣା ପଡେନାହିଁ । ତେଣୁ ଏହା ହଠାତ ବଢିବା ପରେ ଲୋକଟିଏ ଡାକ୍ତରଙ୍କ ପରାମର୍ଶ ନେଇଥାଏ । ସଂକ୍ରମିତ ମଶା ଜଣେ ବ୍ୟକ୍ତିଙ୍କୁ କାମୁଡ଼ିବାର 4ରୁ 10 ଦିନ ପରେ ଲକ୍ଷଣ ଦେଖାଯିବା ଆରମ୍ଭ କରିଥାଏ । ଏହା ପରେ, ପ୍ରବଳ ଜ୍ୱର ସହିତ ଅନ୍ୟ ଲକ୍ଷଣ ମଧ୍ୟ ଦେଖାଯାଇଥାଏ।

ଡେଙ୍ଗୁରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ :

ପ୍ରତ୍ୟେକ ଲୋକ ଏହି ସମୟରେ ଶରୀରକୁ ସମ୍ପୂର୍ଣ୍ଣ ଘୋଡାଉଥିବା ଭଳି ପୋଷାକ ପିନ୍ଧନ୍ତୁ । ମଶାମରା ଔଷଧ ବ୍ୟବହାର କରନ୍ତୁ । ଘରେ କିମ୍ବା ରୋଷେଇ ଘରେ ଅଳିଆ ଅଧିକ ଦିନ ପର୍ଯ୍ୟନ୍ତ ଜମା ହେବାକୁ ଦିଅନ୍ତୁ ନାହିଁ। ଶୋଇବା ସମୟରେ ମଶାରୀ ବ୍ୟବହାର କରନ୍ତୁ । ଘର ପାଖରେ ପାଣି ଅଧିକ ଦିନ ଯାଏଁ ଜାମାନ୍ତୁ ନାହିଁ । ଖୋଲା କୂଅ ଏବଂ ପୋଖରୀ ସଫା ରଖନ୍ତୁ । ପାଖରେ ଥିବା ଜଙ୍ଗଲୀ ଗଛ ଆଦି ସଫା କରନ୍ତୁ ।

କାରଣ ଡେଙ୍ଗୁ ମଶା କେବଳ ବିଶୁଦ୍ଧ ପାଣିରେ ପ୍ରଜନନ କରିଥାନ୍ତି । ହୁ ଅନୁଯାୟୀ, ସାରା ବିଶ୍ବରେ ଡେଙ୍ଗୁ କାରଣରୁ ପ୍ରତିବର୍ଷ ପ୍ରାୟ 5 ଲକ୍ଷ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥାନ୍ତି । ଆମ ଦେଶରେ ଗତ କିଛି ବର୍ଷ ମଧ୍ୟରେ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ନ୍ୟାସନାଲ ଭେକ୍ଟର ବୋର୍ନ ରୋଗ ନିୟନ୍ତ୍ରଣ ପ୍ରୋଗ୍ରାମ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, 2019ରେ କେବଳ ଭାରତରେ 67 ହାଜାରରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+