ବଦଳିଲାଣି ଦିଲ୍ଲୀର ବାୟୁ, ୩୦୦ ଉପରେ ଏକ୍ୟୁଆଇ
ଉତ୍ତର ଭାରତରେ ଏବେ ଥଣ୍ଡା ପଡ଼ିଲାଣି। ଉତ୍ତରାଞ୍ଚଳରେ ଏବେ ରାତିରେ ଥଣ୍ଡା ଏବଂ ଦିନରେ ଗରମ ଅନୁଭୂତ ହେଉଛି। ଆଗକୁ ଦୀପାବଳି ଥିବାରୁ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦୀପାବଳି ପୂର୍ବରୁ ଧନତେରସରେ ଦିଲ୍ଲୀ-ଏନସିଆରରେ ବାୟୁ ବିଷାକ୍ତ ହୋଇଯାଇଥିବା ରିପୋର୍ଟ ହସ୍ତଗତ ହୋଇଛି।
ଗତ ଦୁଇ ଦିନ ଧରି ଆନନ୍ଦ ବିହାରର ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ୩୦୦ ଉପରେ ରହିଛି। ଶନିବାର ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ୩୦୦ ଅତିକ୍ରମ କରିଥିଲା। ଧନତେରସରେ ସକାଳ ୬ଟାରେ ଆନନ୍ଦ ବିହାରର ଏକ୍ୟୁଆଇ ୩୯୦ 390 କରାଯାଇଥିଲା, ଯାହାକି ବହୁତ ଖରାପ।













Click it and Unblock the Notifications