ପୁରୁଣା କାର ଓ ବାଇକ୍ ସ୍କ୍ରାପ୍ ନିଷ୍ପତ୍ତି ପ୍ରତ୍ୟାହାର କଲେ ଦିଲ୍ଲୀ ସରକାର

ଦିଲ୍ଲୀ ସରକାର ପୁରୁଣା ଗାଡ଼ି ସ୍କ୍ରାପ୍ ନୀତିକୁ ନେଇ ଜନସାଧାରଣଙ୍କ ତୀବ୍ର ବିରୋଧ ଓ ଅସନ୍ତୋଷ ପରେ ଏହାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ପୂର୍ବରୁ ଘୋଷଣା କରିଥିଲେ ଯେ ୧ ଜୁଲାଇ ୨୦୨୫ରୁ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡ଼ି ଏବଂ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଓ ସିଏନଜି ଗାଡ଼ିକୁ ଇନ୍ଧନ ଯୋଗାଣ ବନ୍ଦ କରାଯିବ ଏବଂ ଏହି ଗାଡ଼ିଗୁଡ଼ିକୁ ସ୍କ୍ରାପ୍ କରାଯିବ। କିନ୍ତୁ ଏହି ନିଷ୍ପତ୍ତି ବିରୁଦ୍ଧରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା, ଯାହା ସରକାରଙ୍କୁ ଏହି ନୀତି ପ୍ରତ୍ୟାହାର କରିବାକୁ ବାଧ୍ୟ କରିଛି।

ଏହାରି ମଧ୍ୟରେ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିରସା CAQMଙ୍କୁ ଚିଠି ଲେଖିଛନ୍ତି । ନିର୍ଦ୍ଦେଶାନାମା ନମ୍ବର ୮୯ କାର୍ଯ୍ୟକାରୀକୁ ସ୍ଥଗିତ କରିବା ପାଇଁ ଦାବି କରିଛନ୍ତି । ଚିଠିରେ ସେ କହିଛନ୍ତ ଯେ, ''ANPR କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ନିର୍ଦ୍ଦେଶାନାମା ନମ୍ବର ୮୯ କାର୍ଯ୍ୟକାରୀକୁ ତୁରନ୍ତ ସ୍ଥଗିତରଖିବାକୁ କମିଶନକୁ ଅନୁରୋଧ କରିଛନ୍ତି । ଦିଲ୍ଳୀ ସରକାରଙ୍କ ଏହି ନିୟମ ଯଥେଷ୍ଟ ଉନ୍ନତି ଆରିବ ବୋଲି ମଧ୍ୟ କହିଛନ୍ତି ।''

ସେପଟେ ବିଜେପି ବିଧାୟକ ପ୍ରବେଶ ବର୍ମା ଦିଲ୍ଲୀରେ ଏଣ୍ଡ-ଅଫ୍-ଲାଇଫ୍ ଯାନ (ELV) ନିୟମ କାର୍ଯ୍ୟକାରୀ ହେବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ସେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ କ୍ୟାମେରା ସହିତ ଜଡିତ ବ୍ୟାପକ ସମସ୍ୟା । ଯାହା ଚ୍ୟାଲେଞ୍ଜିଂ ରହିବ । ANPR ସହିତ ଅନେକ ସମସ୍ୟା ଜଡିତ ହୋଇ ରହିଛି ଯାହା କାର୍ଯ୍ୟକାରୀ କରିବା କଷ୍ଟକର ।

Delhi

ଅନ୍ୟପଟେ ଜୁଲାଇ ୧ରୁ ଆରମ୍ଭ ହୋଇଥିବା ନିଷେଧର ପ୍ରଥମ ଦିନରେ, ଦିଲ୍ଲୀରେ ପ୍ରାୟ ୮୦ଟି ଯାନ ଜବତ କରାଯାଇଥିଲା ଏବଂ ୯୮ ଜଣଙ୍କୁ ନୋଟିସ୍ ଜାରି କରାଯାଇଥିଲା। ୪୯୮ଟି ପେଟ୍ରୋଲ ପମ୍ପରେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ କ୍ୟାମେରା ସ୍ଥାପିତ ହୋଇଥିଲା, ଯାହା ଗାଡ଼ିର ବୟସକୁ ଗାଡ଼ିର ଡାଟାବେସ୍ ସହିତ ଲିଙ୍କ୍ କରି ଚିହ୍ନଟ କରିଥାଏ। ଏହି ନିୟମ ଲାଗୁ ହେବାର କାରଣ ହେଲା ପ୍ରଦୂଷଣକୁ ରୋକିବା । ଏହା ସହିତ ପୁରୁଣା ଯାନବାହନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା । ଯେଉଁଥିରେ ୮୪ ଲକ୍ଷ ଟଙ୍କାର ଏକ ମର୍ସିଡିଜ୍ ମାଲିକ ଏହାକୁ ୨.୫ ଲକ୍ଷ ଟଙ୍କାରେ ବିକ୍ରି କରିଦେଉଥିଲେ।

କିନ୍ତୁ ପରେ ଏହା ଚିନ୍ତାର ବିଷୟ ପାଲଟିଛି । ଅନେକ ମଧ୍ୟମ ବର୍ଗ, ଛୋଟ ବ୍ୟବସାୟୀ ଏବଂ ଯାନବାହାନର କିଛି ଗାଡ଼ି ମାଲିକ ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗାଡ଼ି ମାଲିକ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଭଲ ଅବସ୍ଥାରେ ଥିବା ସେମାନଙ୍କର ଯାନଗୁଡ଼ିକୁ ଉପଯୁକ୍ତ ତଦନ୍ତ ବିନା ଜବତ କରାଯାଉଛି, ଯାହା ସେମାନଙ୍କ ଜୀବିକାକୁ ପ୍ରଭାବିତ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+