୪୮୩ ପାର୍‌ କଲା ଦିଲ୍ଲୀର AQI

ବିଗିଡ଼ିବାରେ ଲାଗିଛି ଦିଲ୍ଲୀର ପରିସ୍ଥିତି। ଦିନକୁ ଦିନ କଲବଲ କରୁଛି ବାୟୁ ପ୍ରଦୂଷଣ। ରାଜଧାନୀରେ ଏବେ ବ‌ାୟୁ ଗୁଣବତ୍ତା ବିପଦ ସୀମା ଟପିଥିବା ବେଳେ ଦୃଶ୍ୟମାନ୍ୟତା ଶୂନ ହୋଇଯାଇଛି। ଦିଲ୍ଲୀ ଏନସିଆରରେ ଘନ କୁହୁଡ଼ି ଯାନବାହାନ ସହ ବିମାନ ଚଳାଚଳକୁ ମଧ୍ୟ ପ୍ରଭାବିତ କରିଛି। କୁହୁଡ଼ି ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ବିଳମ୍ବିତ ହୋଇଛି। ଘନ କୁହୁଡ଼ି ଯୋଗୁଁ ବିମାନ ଅବତରଣ ମଧ୍ୟ ବାଧାପ୍ରାପ୍ତ ହୋଇଛି।

delhi air pollution

ଏହାକୁ ଦୃଷ୍ଟିରେ ରଖି, ଇଣ୍ଡିଗୋ, ସ୍ପାଇସଜେଟ୍ ଏବଂ ଏୟାର ଇଣ୍ଡିଆ ଆଡ୍‌ଭାଇଜରୀ ଜାରି କରିଛନ୍ତି। ତିନୋଟି ପ୍ରମୁଖ ବିମାନ କମ୍ପାନି ସେମାନଙ୍କ ଆଡ୍‌ଭାଇଜରୀରେ କହିଛନ୍ତି ଯେ, "କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଆମେ ପାଗ ଉପରେ ନଜର ରଖିଛୁ ଏବଂ ସୁରକ୍ଷିତ ବିମାନ ଚଳାଚଳ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛୁ।" ଦିଲ୍ଲୀ ବିମାନବନ୍ଦର ବ୍ୟତୀତ, ଜୟପୁର, ହିଣ୍ଡନ ବିମାନବନ୍ଦର ଏବଂ ସିମଲା ସମେତ ଉତ୍ତର ଭାରତର ଅଧିକାଂଶ ବିମାନବନ୍ଦର କୁହୁଡ଼ି ଦ୍ୱାରା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ପାଣିପାଗ ବିଭାଗ କହିଛି ଯେ, ଆଗାମୀ ଦୁଇ ଦିନ ପାଇଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ପୂର୍ବ ଉତ୍ତର ପ୍ରଦେଶ, ଉତ୍ତର ପୂର୍ବ ମଧ୍ୟପ୍ରଦେଶରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ସେହିପରି ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ି ପାଇଁ ଦୃଶ୍ୟମାନତା ଶୂନ୍ୟ ହୋଇଯାଇଛି। ଏହା ଯୋଗୁଁ ରାସ୍ତାରେ ଯାନବାହାନ ଧୀରେ ଧୀରେ ଚଳାଚଳ କରୁଛି।ସହରର ଅନେକ ପ୍ରମୁଖ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 'ଗମ୍ଭୀର' ବର୍ଗରେ ପହଞ୍ଚିଛି, ଯାହା ଏକ ଗମ୍ଭୀର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଛି। ଦିଲ୍ଲୀରେ ଅନେକ ସ୍ଥାନରେ AQI ୪୮୩ ପା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+