କଲବଲ କରୁଛି ଦିଲ୍ଲୀର ବାୟୁ, ନିୟନ୍ତ୍ରଣ କରିବା ପାଇଁ ହ୍ବିପ୍ ଜାରି କରିଛି PMO

ନାକେଦମ୍ କଲାଣି ଦିଲ୍ଲୀ ପ୍ରଦୂଷଣ । ଯେମିତି ପଦକ୍ଷେପ ନେଲେ ବି ପରିସ୍ଥିତିରେ ସୁଧାର ଆସୁନି । ଏଣିକି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ହ୍ବିପ୍ ଜାରି କରିଛି PMO । ଦିଲ୍ଲୀରେ ପ୍ରଦୂଷଣ ସୃଷ୍ଟିକାରୀ ଯାନବାହନକୁ ବନ୍ଦ କରି ଇଭି ଚଳାଚଳକୁ ଗୁରୁତ୍ବ ଦେଇଛି PMO । ଦିଲ୍ଲୀ NCRରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

quality

ଦିଲ୍ଲୀ-NCRରେ ପ୍ରଦୂଷଣ ସୃଷ୍ଟିକାରୀ କୌଣସି ବି ଯାନ ଦୃଷ୍ଟିଗୋଚର ହେଲେ ସଙ୍ଗେ ସଙ୍ଗେ ଏହାକୁ ବ୍ୟାନ କରିବାକୁ ନିର୍ଦ୍ଦେଶ ରହିଛି । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିର୍ଦ୍ଦେଶାବଳି ପାରିତ ହୋଇଛି । ବୈଠକରେ ଦିଲ୍ଲୀରେ ପ୍ରଦୂଷଣ ଅତ୍ୟନ୍ତ ନିମ୍ନଗାମୀ ହେଉଥିବା ରିପୋର୍ଟ ଉପସ୍ଥାପନା କରାଯାଇଥିଲା । ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ନିମ୍ନମାନର ରେକର୍ଡ ହୋଇଥିବା ବୈଠକରେ ପ୍ରକାଶ ପାଇଥିଲା । ଏଣୁ ଦିଲ୍ଲୀରେ ଇଲେକ୍ଟ୍ରି ଭେଇକିଲ ଯାନବାହନ ଚଳାଚଳକୁ ଜୋରଦାର କରିବାକୁ ପିଏମଓ ପକ୍ଷରୁ ଆହ୍ବାନ ଦିଆଯାଇଛି । PMO ନିଜେ ଏହାର ତଦାରଖ ଦାୟିତ୍ବ ନେବ ବୋଲି ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+