ବିଗୁଡ଼ିଛି ଦିଲ୍ଲୀର ବାୟୁ ପ୍ରଦୂଷଣ, AQI ୪୩୭ରେ ପହଞ୍ଚିଲା
ଦିଲ୍ଲୀ-ଏନସିଆରରେ ଆଜି ପୁଣି ଥରେ ଘନ କୁହୁଡ଼ି ଘେରି ରହିଛି । ଦିଲ୍ଲୀ ଏବଂ ନୋଏଡା ଉଭୟ ଅଞ୍ଚଳେ କୁହୁଡ଼ି ଏବଂ କୁହୁଡ଼ିର ଘନ ଚାଦର ଘୋଡ଼ାଇ ହୋଇ ରହିଛି। ଉଭୟ ସହରରେ ଘନ କୁହୁଡ଼ି ଯୋଗୁଁ ଶୀତ ବୃଦ୍ଧି ପାଇଛି। ଦୃଶ୍ୟମାନତା ୨୦ ମିଟର ତଳେ ଅଛି। ଅନ୍ୟପକ୍ଷରେ, ଆଜି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୩୭ ରେକର୍ଡ କରାଯାଇଛି । ଯାହା ଗମ୍ଭୀର ପ୍ରଦୂଷଣକୁ ସୂଚିତ କରୁଛି । ଦିଲ୍ଲୀର ହାରାହାରି ଇଛଓ ୩୪୭, ନୋଏଡାର ୪୮୨ ଏବଂ ଗ୍ରେଟର ନୋଏଡାର ୨୧୭ ରହିଛି।

କୁହୁଡି ଯୋଗୁଁ ନୋଏଡା ପ୍ରଶାସନ ଆଡଭାଇଜରି ଜାରି କରିଛି । କୁହୁଡି ଯୋଗୁଁ ସୁରକ୍ଷିତ ଯାତ୍ରା କରିବା ପାଇଁ ଗାଡ଼ି ଚାଳକଙ୍କୁ ମ୍ୟୁଜିକ ସିଷ୍ଟମ ବନ୍ଦ ରଖିବା ସହିତ ଧୀର ଗତିରେ ଗାଡି ଚଲାଇବା ପାଇଁ କୁହାଯାଇଛି । ପରିବହନ ଅଧିକାରୀ ଉଦିତ ନାରାୟଣ ପାଣ୍ଡେ କହିଛନ୍ତି, ଥଣ୍ଡା ଯୋଗୁଁ କୁହୁଡି ହେଉଥିବାରୁ ରାସ୍ତାରେ ଗାଡ଼ି ଚଲାଇବା କଷ୍ଟର ହୋଇପଡିଛି । ଏଥିପାଇଁ ଦୁର୍ଘଟଣରା ଆଶଙ୍କା ବଢିଚାଲିଛି । କୁହୁଡି ସମୟରେ ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ । ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବା ପାଇଁ ତରତର ହୁଅନ୍ତୁ ନାହିଁ । ଧୀରେ ଗାଡି ଚଲାନ୍ତୁ, ସତର୍କ ରୁହନ୍ତୁ ।












Click it and Unblock the Notifications