ଚିନ୍ତା ବଢାଇଲାଣୀ ଦିଲ୍ଲୀର ବାୟୁ ପ୍ରଦୂଷଣ, ସରକାରି କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ଦିଲ୍ଲୀରେ ଚିନ୍ତା ବଢ଼ାଇଲା ବାୟୁ ପ୍ରଦୂଷଣ । ଘରୁ ରହି କାମ କରିବାକୁ ନିର୍ଦ୍ଦେଶ ଦେଲେ ସରକାର । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆଉ ଏବେ ଏହାର ମୁକାବିଲା କରିବା ପାଇଁ ସରକାର ସମସ୍ତ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ୍ ହୋମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗୋଟିଏ ଦିନ ପୂର୍ବରୁ, ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିଲେ ଯେ ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ବିନା ଯାନବାହନଗୁଡ଼ିକୁ ପେଟ୍ରୋଲ ଏବଂ ଡିଜେଲ ମିଳିବ ନାହିଁ । ଏବେ ଏହାପରେ ଆଜି ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର ।

Delhi s

ସୂଚନାଯୋଗ୍ୟ ଯେ, ଗତକାଲି ଦିଲ୍ଲୀର ବାୟୁ ପ୍ରଦୂଷଣ ଭୟଙ୍କର ସ୍ତରରେ ପହଞ୍ଚିବା ପରେ ଦିଲ୍ଲୀ ସରକାର କଡ଼ା ପଦକ୍ଷେପ ନେଇଥିଲେ । ଡିସେମ୍ବର ୧୮ଠାରୁ ବୈଧ PUC ସର୍ଟିଫିକେଟ୍ ନ ଥିବା ଯାନବାହନକୁ ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ ଦିଆଯିବ ନାହିଁ ବୋଲି କୁହାଯାଇଥିଲା । କ୍ୟାମେରା ମାଧ୍ୟମରେ ଏହାର ନିରୀକ୍ଷଣ କରାଯିବ। ଏହାସହିତ ଦିଲ୍ଲୀ ବାହାରୁ ଆସୁଥିବା BS-VI ନର୍ମ୍ ତଳେ ଥିବା ଯାନବାହନ, ବିଶେଷକରି ଟ୍ରକ୍ ଓ କମର୍ସିଆଲ୍ ଗାଡ଼ିଗୁଡ଼ିକୁ ସହରକୁ ପ୍ରବେଶ ନିଷେଧ କରାଯାଇଛି। ଅତ୍ୟାବଶ୍ୟକ ସେବା ଗାଡ଼ି ବ୍ୟତୀତ ଅନ୍ୟମାନଙ୍କୁ ବାରଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+