ଦୀପାବଳି ପୂର୍ବରୁ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି ସାଙ୍ଘାତିକ, ଏକ୍ୟୁଆଇ ୩୫୨ ପହଞ୍ଚି ଚିନ୍ତା ବଢ଼ାଇଛି

ରାଜଧାନୀ ଦିଲ୍ଲୀରେ ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ରବିବାର ଦିଲ୍ଲୀର ଏକ୍ୟୁଆଇ (ଏୟାର କ୍ବାଲିଟି ଇଣ୍ଡେକ୍ସ) ୩୫୨ରେ ପହଞ୍ଚିଥିବା ରେକର୍ଡ କରାଯାଇଛି। ଏସଏଏଫଏଆର (ସିଷ୍ଟମ ଅଫ୍ ଏୟାର କ୍ବାଲିଟୀ ଆଣ୍ଡ୍‌ ୱେଦର ଫୋର୍‌କାଷ୍ଟିଙ୍ଗ୍‌ ରିସର୍ଚ୍ଚ) ସଂସ୍ଥା ତରଫରୁ କରାଯାଇଥିବା ସର୍ଭେ ଅନୁଯାୟୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ଥିତିରେ ପହଞ୍ଚିଥିବା କୁହାଯାଇଛି।

Delhi air pollution

ଏପରିକି ଆନନ୍ଦ ବିହାର, ଅକ୍ଷରଧାମ ମନ୍ଦିର ଭଳି ଅଞ୍ଚଳରେ ରବିବାର ଏକ୍ୟୁଆଇ ୪୦୦ ଅତିକ୍ରମ କରିଥିବା ଲକ୍ଷ୍ୟ କରାଯାଇଛି। ବର୍ତ୍ତମାନ ଦିଲ୍ଲୀ ଆକାଶରେ ଧୂଆଁର ଆସ୍ତରଣ ଖେଳିଯାଇଛି। ବିଶେଷ କରି ସକାଳ ସମୟରେ ଏହି ସ୍ଥିତି ଅଧିକ ଜଟିଳ ଆକାର ଧାରଣ କରୁଥିବା ଦିଲ୍ଲୀବାସୀ ଅଭିଯୋଗ କରିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦିଲ୍ଲୀ ଆସିଥିବା ଜଣେ ପର‌୍ୟ୍ୟଟକ କହିଛନ୍ତି ଯେ ସାଂପ୍ରତିକ ସ୍ଥିତିରେ ସହରରେ ନିଃଶ୍ବାସ ନେବା କଷ୍ଟକର ହୋଇପଡିଛି। ସକାଳେ ପ୍ରତ୍ୟହ ସାଇକଲ ଚାଳନା କରୁଥିବା ଲୋକେ କହିଛନ୍ତି ଯେ ବିଗତ ଚାରି ପାଞ୍ଚ ଦିନ ହେବ, ଦିଲ୍ଲୀରେ ସାଇକଲ ଚଳାଇବା ଅସମ୍ଭବ ହୋଇପଡିଛି। ଆକାଶ ଅତ୍ୟନ୍ତ ପ୍ରଦୂଷିତ ହୋଇଥିବାରୁ ଅଧିକ ସମୟ ସାଇକଲ ଚଳାଇଲେ ଧଇଁସଇଁ ହୋଇପଡୁଥିବା ସେମାନେ ଅଭିଯୋଗ କରିଛନ୍ତି।

ଆଗକୁ ଦୀପାବଳି ପର୍ବ ପାଳନ ହେବାକୁ ଯାଉଥିବାବେଳେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଦିଲ୍ଲୀରେ ବାଣ ବିକ୍ରି ଓ ବାଣଫୁଟାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହାସତ୍ତ୍ବେ ସହରର କେତେକ ସ୍ଥାନରେ ବିଶୃଙ୍ଖଳ ପ୍ରକୃତିର ଲୋକେ ବାଣ ଫୁଟାଉଥିବାରୁ ସ୍ଥିତି ଅଧିକ ଉଦ୍‌ବେଗଜନକ ହୋଇପାରେ ବୋଲି ଆଶଙ୍କା ଉପୁଜିଛି। ବାୟୁମଣ୍ଡଳ ପ୍ରଦୂଷିତ ହେଉଥିବାରୁ ବୟସ୍କ ଓ ଶିଶୁଙ୍କ ପ୍ରତି ଅଧିକ ସମସ୍ୟା ଦେଖାଦେଇଛି। ଦିଲ୍ଲୀରେ କ୍ଷମତାସୀନ ଆପ୍‌ ସରକାର ପ୍ରଦୂଷଣ ରୋକିବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। ସହରରେ ଯୁଗ୍ମ-ଅଯୁଗ୍ମ ନମ୍ବର ଥିବା ଯାନ ଚଳାଚଳ, ସହରକୁ ପୁରୁଣା ଟ୍ରକ୍‌ ଓ ଅନ୍ୟ ଭାରୀ ଯାନର ପ୍ରବେଶ ଉପରେ କଟକଣା ସତ୍ତ୍ବେ ସ୍ଥିତିରେ ଆବଶ୍ୟକ ଉନ୍ନତି ଦେଖିବାକୁ ମିଳୁନାହିଁ। ପଞ୍ଜାବ ଓ ହରିୟାଣାରେ ଚାଷୀମାନେ ନଡା ପୋଡୁଥିବାରୁ ଦିଲ୍ଲୀ ଓ ଏନ୍‌ସିଆର ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେଉଥିବା ଅଭିଯୋଗ ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+