ଦିଲ୍ଲୀ ବାୟୁ ପ୍ରଦୂଷଣ ସଙ୍କଟରେ, କେଜ୍ରିୱାଲଙ୍କୁ ଦାୟୀ କଲେ ଉପରାଜ୍ୟପାଳ
ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖି ରାଜଧାନୀର ଖରାପ ବାୟୁ ଗୁଣବତ୍ତା ପାଇଁ ତାଙ୍କ ସରକାରକୁ ଦାୟୀ କରାଇଛନ୍ତି। ୧୫ ପୃଷ୍ଠାର ଚିଠିରେ , ଏଲଜି ସକ୍ସେନା ଲେଖିଛନ୍ତି - ରାଜଧାନୀ ଦିଲ୍ଲୀରେ ଜରୁରୀକାଳିନ ବାୟୁ ସ୍ଥିତି ପାଇଁ ଆପଣ ଓ ଆପଣଙ୍କର ସରକାର ଦ୍ୱାରା ୧୧ ବର୍ଷର ଉପେକ୍ଷା ଓ ଅପରାଧିକ ନିଷ୍କ୍ରିୟତା ଦାୟୀ। ହେଲେ ଦିଲ୍ଲୀରେ ବର୍ତ୍ତମାନ ବିଜେପିର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଶାସନ ଚାଲିଛି। ଦିଲ୍ଲୀ ଉପରାଜ୍ୟପାଳଙ୍କ ଦ୍ୱାରା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯାଇ ଥିବା ଚିଠିରେ ରାଜଧାନୀରେ ଲଗାତାର ଓ ସାଂଘାତିକ ବାୟୁ ପ୍ରଦୂଷଣ ସଙ୍କଟର ପୃଷ୍ଠଭୂମିରେ ଆସିଛି।

ନିଜର କାର୍ଯ୍ୟକାଳ ବେଳେ ,ଆମ୍ ଆଦମୀ ପାର୍ଟିର ସୁପ୍ରିମୋ କେଜ୍ରିୱାଲଙ୍କୁ ମଧ୍ୟ ଏହିପରି ବିପଜ୍ଜନକ ବାୟୁର ଗୁଣବତ୍ତା ସ୍ତର ଦେଇ ଗତି କରିବାକୁ ପଡ଼ିଥିଲା ଏବଂ ବିଜେପିର ନିର୍ବାଚନ ଘୋଷଣାପତ୍ର ପରି ସେ ସହରରେ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଆକ୍ରମଣାତ୍ମକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।
ଚଳିତ ବର୍ଷ ଫେବ୍ରୁଆରୀରେ ଆମ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଲାଗିଥିଲା ଏବଂ ସେ ବିଜେପି ଠାରୁ ନିର୍ବାଚନରେ ହାରି ଯାଇ ଥିଲା। ଯେଉଁଥିରେ ବିଜେପି ଦଳ ପାଇଁ ୨୬ ବର୍ଷ ପରେ ଦିଲ୍ଲୀରେ ଶାସନକୁ ଫେରିବାର ରାସ୍ତା ସ୍ପଷ୍ଟ ହୋଇପାରି ଥିଲା।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ










Click it and Unblock the Notifications