ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବାୟୁ ପ୍ରଦୂଷଣ, ବିଶ୍ୱାସ ନେବା କଷ୍ଟକର

ଫେଲ ମାରିଲା ଗ୍ରୀନ୍ କ୍ରାକର । ବିଶ୍ବର ସବୁଠୁ ପ୍ରଦୂଷିତ ସହର ସହ ୫ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ । ଦିଲ୍ଲୀରେ ଶୀତଦିନେ ପରିବେଶ ପ୍ରଦୂଷଣର ଏକ ପ୍ରମୁଖ କାରଣ ଥିଲା ନଡା ଜାଳିବା । କିନ୍ତୁ ନଡ଼ା ଜାଳିବା ୭୭.୫ ପ୍ରତିଶତ ହ୍ରାସ ପାଇଥିଲେ ମଧ୍ୟ ରାଜଧାନୀରେ ବାୟୁ ଗୁଣବତ୍ତା ଦୀପାବଳୀ ପରେ ଗତ ପାଞ୍ଚ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଛି । ହାରାହାରି PM ସ୍ତର ୨.୫ ଅର୍ଥାତ ୪୮୮ ମାଇକ୍ରୋଗ୍ରାମ ପ୍ରତି ଘନମିଟରରେ ପହଞ୍ଚିଛି । ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ପରାମର୍ଶିତ ସୀମାର ପ୍ରାୟ ୧୦୦ ଗୁଣ ଅଧିକ । ଏହା ଦୀପାବଳୀ ପୂର୍ବରୁ ଥିବା ସ୍ତର ତୁଳନାରେ ୨୧୨ ପ୍ରତିଶତ ବୃଦ୍ଧି ଦେଖାଇଛି । ଦୀପାବଳୀ ରାତିରେ ୬୭୫ ମାଇକ୍ରୋଗ୍ରାମ ପ୍ରତି ଘନମିଟର ରେକର୍ଡ କରାଯାଇଥିଲା ।

pollution

ସୁପ୍ରିମକୋର୍ଟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଗ୍ରୀନ୍ ପଟାକା ଫୁଟାଇବାକୁ ଅନୁମତି ଦେଇଥିଲେ ମଧ୍ୟ, ଝାଞ୍ଜିରେ ଭର୍ତ୍ତି ବିଷାକ୍ତ ଧୂଆଁ ଏବଂ ରାସାୟନିକ ଗନ୍ଧ ଦେଖାଦେଇଛି । ଯାହା ସୂଚାଇଛି ଯେ ଏହି ନିର୍ଦ୍ଦେଶ ଅଣଦେଖା କରାଯାଇଛି। ଦୀପାବଳୀ ପାଇଁ ଗତ ବର୍ଷ ଏହି ବର୍ଷ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୨୮ ଥବା ବେଳେ ଚଳିତ ବର୍ଷ ଏହା ୪୮୮ ଛୁଇଁଛି । ୨୦୨୩ରେ ଦୀପାବଳୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ୨୧୮ ଏବଂ ୨୦୨୨ରେ ୩୧୨ ଥିଲା । ଏହା ସୂଚାଇଛି ଯେ ଗ୍ରୀନ୍ ପଟାକା ମଧ୍ୟ ବିଷାକ୍ତ ଝାଞ୍ଜି ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୫ ବର୍ଷର ତଥ୍ୟ ସୂଚାଇଛି ଯେ ଦୀପାବଳୀ ୨୦୨୫ ସାମ୍ପ୍ରତିକ ସମୟରେ ସର୍ବାଧିକ ପ୍ରଦୂଷଣକାରୀ ମଧ୍ୟରୁ ଏକ ଥିଲା । ବାୟୁ ପ୍ରଦୂଷଣ ଶିଶୁ, ବୟସ୍କ ଓ ପୂର୍ବରୁ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+