ନିଶ୍ୱାସ ପାଇଁ ସଙ୍ଘର୍ଷ ସଂଘର୍ଷ କରୁଛନ୍ତି ଦିଲ୍ଲୀବାସୀ; ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଲେ ସରକାର
ଲବଲ କରୁଛି ପ୍ରଦୂଷଣ। ବିଷ ପାଲଟି ଗଲାଣି ବାୟୁ। ଧୂଳି ଓ ଧୂଆଁର ମୋଟା ଚାଦର ତଳେ ରାଜଧାନୀ ଦିଲ୍ଲୀ। ପ୍ରଦୂଷଣ ଲାଗି ଘରୁ ବାହାରିବା ହୋଇପଡିଛି ମୁସ୍କିଲ। ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି ସ୍ଥିତି। ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏବେ ସରକାରୀ କର୍ମଚାରୀଙ୍କୁ ଘରକୁ କାମ କରୁବାକୁ ଦିଲ୍ଲୀ ସରକାର କହିଛନ୍ତି।

ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ ଲୋକଙ୍କ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ସହରର ଜଳବାୟୁ ବିଷାକ୍ତ ହୋଇଥିବାର ଦେଖି ଦିଲ୍ଲୀ ସରକାର ବର୍ତ୍ତମାନ ଘରୁ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସରକାରୀ ଅଫିସଗୁଡିକରେ ଓ୍ୱାର୍କ ଫ୍ରମ୍ ହୋମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ୫୦% କର୍ମଚାରୀ ଘରୁ କାମ କରିବେ।












Click it and Unblock the Notifications