ବାର୍ଡ ଫ୍ଲୁ ସଂକ୍ରମଣ ପାଇଁ ବନ୍ଦ ହେଲା ଦିଲ୍ଲୀ ଚିଡ଼ିଆଖାନା

ବାର୍ଡ ଫ୍ଲୁ ସଂକ୍ରମଣ ପାଇଁ ବନ୍ଦ ହେଲା ଦିଲ୍ଲୀ ଚିଡ଼ିଆଖାନା । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରହିବ ଚିଡ଼ିଆଖାନା । ଦିଲ୍ଲୀ ନ୍ୟାସନାଲ ଜୁଲୋଜିକାଲ୍ ପାର୍କରେ H5N1 ସଂକ୍ରମଣ ଚିହ୍ନଟ ହେବା ପରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଚିଡ଼ିଆଖାନାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଅଥରିଟି । ଦିଲ୍ଲୀ ଚିଡିଆଖାନାରେ ଏଚ୫ଏନ୧ ଫ୍ଲୁ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଶନିବାର ଠାରୁ ଚିଡିଆଖାନାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି । ଦିଲ୍ଲୀରେ ୩ ଥର ପାଇଁ ଏହା ବ୍ୟାପିବାରେ ଲାଗିଛି । ପୂର୍ବରୁ ମଧ୍ୟ ଅକ୍ଟୋବର ୨୦୧୬ରେ ଚିଡିଆଖାନାକୁ ବନ୍ଦ କରାଯାଇଥିଲା ।

Delhi Zoo

ନୂଆଦିଲ୍ଲୀ ମଥୁରା ରୋଡ ସ୍ଥିତ ଉଦ୍ୟାନକୁ ଅଗଷ୍ଟ ୩୦ରୁ ଆଗାମୀ ଆଦେଶ ଯାଏଁ ଅସ୍ଥାୟୀ ଭାବେ ବନ୍ଦ ରଖାଗଲା । ଦୁଇଟି ପକ୍ଷୀଙ୍କ ଦେହରୁ H5N1 ପଜିଟିଭ୍ ଚିହ୍ନଟ ପରେ ନିଷ୍ପତ୍ତି ନିଆଯାଇଛି ।

ଚଳିତ ବର୍ଷ ଦିଲ୍ଲୀ ଚିଡ଼ିଆଖାନାରେ ଗୋଟିଏ ପକ୍ଷୀର ମୃତ୍ୟୁ ପରେ ଏହାକୁ ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲା । ଯେଉଁଠାରେ ପକ୍ଷୀଟି ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହି ଭୂତାଣୁ ୨୧ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ ଏବଂ ଅନ୍ୟ ପ୍ରାଣୀମାନଙ୍କୁ ସଂକ୍ରମିତ କରିପାରେ । ତେଣୁ ଅତି କମରେ ୨୧ ଦିନର କ୍ୱାରେଣ୍ଟାଇନ୍ ଆବଶ୍ୟକ । ଏହା ପରେ ଚିଡ଼ିଆଖାନା ଉପରେ ପ୍ରଶାସନ ନଜର ରଖିଛି । ବର୍ତ୍ତମାନ ଚିଡ଼ିଆଖାନାରେ ପ୍ରାୟ ୧,୩୫୦ ପକ୍ଷୀଙ୍କ ଉପରେ ନଜର ରଖାଯାଇଛି।

ବାର୍ଡ ଫ୍ଲୁ ହେବାର ଲକ୍ଷଣ..

ହଠାତ୍ ପ୍ରବଳ ଜ୍ୱର ହେବା
ଥଣ୍ଡା ଏବଂ କାଶ
ଗଳାରେ ଯନ୍ତ୍ରଣା
ମୁଣ୍ଡବିନ୍ଧା
ନିଶ୍ୱାସ ନେବାରେ କଷ୍ଟ
ଦୁର୍ବଳ ଲାଗିବା କିମ୍ବା ମୁଣ୍ଡ ବୁଲାଇବା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+