କାର୍ ଦୁର୍ଘଟଣାରେ ଅର୍ଥ ବିଭାଗର ଉପସଚିବଙ୍କ ମୃତ୍ୟୁ ଘଟଣା: ଆସିଲା ସାଂଘାତିକ ତଥ୍ୟ
ରାଜଧାନୀ ଦିଲ୍ଲୀରେ କାର୍ ଦୁର୍ଘଟଣାରେ ଅର୍ଥ ବିଭାଗର ଉପସଚିବଙ୍କ ମୃତ୍ୟୁ ହୋଇଛି । ଘଟଣାରେ ତାଙ୍କ ପତ୍ନୀ ଗୁରୁତର ରହିଛନ୍ତି । ଏମାନେ ବାଇକ୍ ଯୋଗୁଁ ବଙ୍ଗଲା ସାହିବ ଗୁରୁଦ୍ବାରାରୁ ଘରକୁ ଫେରୁଥିଲେ । ସେ ଓ ତାଙ୍କ ପତ୍ନୀ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଗୋଟିଏ ବିଏମଡବ୍ଲ୍ୟୁ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ନବଜୋତ ପ୍ରାଣ ହରାଇଥିବା ବେଳେ ତାଙ୍କ ପତ୍ନୀଙ୍କ ଚିକିତ୍ସା ଚାଲିଛି।
ତେବେ ଦୁର୍ଘଟଣାକୁ ନେଇ ଆଜି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଦୁର୍ଘଟଣା ଘଟାଇଥିବା ବିଏମଡବ୍ଲ୍ୟୁର ମାଲିକ ଜଣଙ୍କ ଗୁରୁତର ଆହତ ହୋଇଥିବା ନବଜୋତ ଓ ତାଙ୍କ ପତ୍ନୀଙ୍କୁ ଏମିତି ଏକ ହସ୍ପିଟାଲକୁ ନେଇଥିଲେ ଯାହା ଘଟଣା ସ୍ଥଳରୁ ପ୍ରାୟ ୨୦ରୁ ୨୨ କିମି ଦୂର ହେବ। ସେହିପରି ଉକ୍ତ ହସ୍ପିଟାଲଟି ଅଭିଯୁକ୍ତ କାର ଚାଳକ ଗଗନପ୍ରୀତଙ୍କ ପରିବାର ଲୋକଙ୍କ ମାଲିକାରେ ମଧ୍ୟ ରହିଛି।
ସୂଚନା ମୁତାବକ, ଦିଲ୍ଲୀ କ୍ୟାଣ୍ଟ ମେଟ୍ରୋ ଷ୍ଟେସନ ନିକଟ ରିଙ୍ଗ ରୋଡରେ ଏହି ଦୁର୍ଘଟଣା ଘଟିଛି । ଅର୍ଥ ବିଭାଗର ଉପସଚିବ ଏବଂ ତାଙ୍କ ପତ୍ନୀ ବାଇକ୍ ଯୋଗୁଁ ବଙ୍ଗଲା ସାହିବ ଗୁରୁଦ୍ବାରାରୁ ଘରକୁ ଫେରୁଥିଲେ । ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ତାଙ୍କ ପତ୍ନୀ ଗୁରୁତର ରହିଛନ୍ତି । ଦୁର୍ଘଟଣା ପରେ ଲମ୍ବା ଟ୍ରାଫିକ ଜାମ ହୋଇଥିଲା । ପୋଲିସକୁ ଏ ବିଷୟରେ PCR କଲ୍ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି ।

ରାସ୍ତା ମଝିରେ ଏକ କାର୍ ଓଲଟି ପଡ଼ିଥିଲା । ଏହାସହ ଡିଭାଇଡର ପାଖରେ ବାଇକ୍ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, କାର ଚଳାଉଥିବା ମହିଳାଙ୍କ କାର୍ ବାଇକ୍କୁ ଧକ୍କା ଦେଇଥିଲେ । ଦୁର୍ଘଟଣା ପରେ, ମହିଳା ଓ ତାଙ୍କ ସ୍ୱାମୀ ଏକ ଟ୍ୟାକ୍ସି ନେଇ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ । ଦୁର୍ଘଟଣାରେ ଅର୍ଥମନ୍ତ୍ରୀ ସଚିବଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।
କାର୍ ଚଳାଉଥିବା ମହିଳା ଓ ତାଙ୍କ ସ୍ୱାମୀ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି । ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ କାର ଓ ବାଇକ୍କୁ ହେପାଜତକୁ ନେଇଛି । ତଦନ୍ତ ପାଇଁ କ୍ରାଇମ୍ ଟିମ୍ ଏବଂ FSL ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୋଲିସ ଯାଞ୍ଚ ଆରମ୍ଭ କରିଛି ।












Click it and Unblock the Notifications