ମେ' 31ରୁ ଆରମ୍ଭ ହେବ ଅନଲକ୍ ପ୍ରକିୟା
ଦିଲ୍ଲୀରେ ମେ 31 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅନଲକ ପ୍ରକ୍ରିୟା
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଇଛି। ମାତ୍ର ରାଜଧାନୀ ଦିଲ୍ଲୀରେ ପରିସ୍ଥିତି ଅଣାୟତ୍ତ ଅବସ୍ଥାକୁ ଆସିଯାଇଥିଲା। ଯେଉଁଥିପାଇଁ ଲକଡାଉନକୁ ବାରମ୍ବାର ବୃଦ୍ଧି କରିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ମାତ୍ର ଏବେ ଦିଲ୍ଲୀବାସୀଙ୍କୁ ମିଳିଛି ସାମନ୍ୟ ଆଶ୍ୱସ୍ତି। ଦିଲ୍ଲୀରେ ମେ 31 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅନଲକ ପ୍ରକ୍ରିୟା । କ୍ରମାଗତ ପଜିଟିଭ କେସ କମିବା ପରେ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ ସୂଚନା ଦେଇଛନ୍ତି ।

ସେହିପରି ଦିଲ୍ଲୀରେ ପଜିଟିଭ ହାର 1.5%କୁ ଖସି ଆସିଛି । ଶୁକ୍ରବାର ଦିଲ୍ଲୀରେ 1100 କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର କମିଥିଲେ ମଧ୍ୟ ଦିଲ୍ଲୀ ସରକାର ବିନା କୌଣସି ଜରୁରି କାମରେ ଘରୁ ନ ବାହାରିବାକୁ ଜନସାଧାରଣକୁ ନିବେଦନ କରିଛନ୍ତି । ଅନଲକ ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଆରମ୍ଭ କରିବାକୁ ପରିସଂଖ୍ୟାନ ପରିଚାଳନା ନିର୍ଦ୍ଦେଶାଳୟ (ଡିଡିଏମ) ସହ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି ।












Click it and Unblock the Notifications