କୋହଳ ହେଲା ଲକଡାଉନ୍ କଟକଣା : ହେଲେ ଲାଗିଲା ଅଡ-ଇଭିନ୍ ଫର୍ମୁଲା

ଦିଲ୍ଲୀରେ ଲକଡାଉନ୍ କୋହଳ କରାଯାଇଛି। ଏଥିସହିତ ଦିଲ୍ଲୀରେ ଅଡ୍-ଇଭିନ୍ ଫର୍ମୁଲା ଲାଗୁ ହୋଇଛି।

ନୂଆଦିଲ୍ଲୀ: ଦେଶର କିଛି ସ୍ଥାନରେ ପଜିଟିଭ ହାର ହ୍ରାସ ପାଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ବି ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଛି। ଏହାରି ଭିତରେ ଦିଲ୍ଲୀରେ ଲକଡାଉନ୍ କୋହଳ କରାଯାଇଛି। ଏଥିସହିତ ଦିଲ୍ଲୀରେ ଅଡ୍-ଇଭିନ୍ ଫର୍ମୁଲା ଲାଗୁ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଲକଡାଉନ ଜାରି ରହିବ ହେଲେ କଟକଣାକୁ କୋହଳ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି । ଦିଲ୍ଲୀରେ ବଜାର ଓ ମଲ ଆଦି ଅଡ୍-ଇଭିନ୍ ଫର୍ମୁଲାରେ ଖୋଲିବା ।

ଦିଲ୍ଲୀ

ନମ୍ବର ଅନୁଯାୟୀ ଦିନେ ଛାଡି ଦିନେ ଦୋକାନ ଓ ମଲ୍ ଖୋଲାଯିବ। ଅଡ ଇଭିନରେ ଦିନ 10ଟାରୁ ରାତି 8ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଏହାସହିତ ଗଳି ଦୋକାନ, ଗୋଟି ଗୋଟିକିଆ ଦୋକାନ ସବୁଦିନ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି। ସେ କହିଛନ୍ତି ଯେ, 'ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣରେ ଅଛି । ସମ୍ଭାବ୍ୟ କରୋନାର ତୃତୀୟ ଲହର ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ ହେଉଛନ୍ତି। 25ଟି ଅକ୍ସିଜେନ୍ ଟ୍ୟାଙ୍କର କିଣାଯିବ, 64 ପ୍ଲାଣ୍ଟ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନା ଅନୁସାରେ, ଦିଲ୍ଲୀରେ ପ୍ରଥମେ ଲକ୍‌ଡାଉନ୍‌ ଅବଧି ମେ 3 ସକାଳ 5 ପର୍ଯ୍ୟନ୍ତ ଥିଲା । ପରେ ଏହାକୁ ମେ 10 ଯାଏଁ କରାଯାଇଥିଲା । ପୁଣି ମେ 17 ଏବଂ ପରେ ମେ 24 ଯାଏ ଘୁଞ୍ଚାଇ ଦିଆଯାଇଥିଲା । ଶେଷରେ ଏହାକୁ ମେ 31 ଯାଏଁ ବୃଦ୍ଧି କରିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+