Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିର୍ବାଚନ: ଏବିଭିପିର ଐତିହାସିକ ବିଜୟ, ଗୋଟିଏ ପଦ ଜିତିଲା ଛାତ୍ର କଂଗ୍ରେସ

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏବିଭିପିର ହଲ୍ଲାବୋଲ । ସେଣ୍ଟ୍ରାଲ ପ୍ୟାନେଲର ମୋଟ ୪ ପଦରୁ ୩ଟିରେ ଅଖିଳ ଭାରତୀୟ ବିଦ୍ୟାପୀଠ ପରିଷଦ (ABVP) ବିଜୟୀ ହୋଇଛି । ସେହିପରି ଛାତ୍ର କଂଗ୍ରେସ (NSUI) ଗୋଟିଏ ପଦରେ ବିଜୟ ହୋଇଛି ।

ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ତିନୋଟି ପଦରେ ଐତିହାସିକ ବିଜୟ ହାସଲ କରିଛି । ସଭାପତି ପଦରେ ତୁଷାର ଡେଢ଼ା, ସମ୍ପାଦକ ପଦରେ ଅପରାଜିତା ଏବଂ ସହ ସମ୍ପାଦକ ପଦରେ ସଚିନ ବୈସଲା ଆକର୍ଷଣୀୟ ବିଜୟ ହାସଲ କରିଛନ୍ତି । ଏନଏସୟୁଆଇର ଅଭି ଦହିଆ ଉପସଭାପତି ପଦରେ ବିଜୟ ହୋଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଏବିଭିପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ଏହା ସହ ରାଜ୍ୟ ସରକାର ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଭଳି ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ନିର୍ବାଚନ କରିବାକୁ ଦାବି କରାଯାଇଛି । ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ତିନୋଟି ପଦରେ ଏହା ଐତିହାସିକ ବିଜୟ ବୋଲି ଏବିଭିପି କହିଛି ।

ଛାତ୍ର ସଂଗଠନ ନିର୍ବାଚନ ସେପ୍ଟେମ୍ବର ୨୨ ତାରିଖରେ ହୋଇଥିଲା ଓ ଗତକାଲି ଫଳ ପ୍ରକାଶ ପାଇଥିଲା । ପାଞ୍ଚ ବର୍ଷ ପରେ ପ୍ରଥମ କରି ଚଳିତ ବର୍ଷ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ନିର୍ବାଚନ କରାଯାଇଛି । ଶେଷ ଥର ପାଇଁ ୨୦୧୯ରେ ଦିଲ୍ଲୀ ୟୁନିଭର୍ସିଟି ନିର୍ବାଚନ ହୋଇଥିଲେ ।

DUSU

କେନ୍ଦ୍ରୀୟ ପ୍ୟାନେଲ ପାଇଁ ୫୨ଟି କଲେଜ ଏବଂ ଡିପାର୍ଟମେଣ୍ଟରେ ନିର୍ବାଚନ ଇଭିଏମ୍ ମାଧ୍ୟମରେ କରାଯାଇ ଥିବାବେଳେ କଲେଜ ୟୁନିଅନ୍ ଭୋଟ୍ କାଗଜ ବାଲାଟରେ ହୋଇଥିଲା । ପ୍ରାୟ ଏକ ଲକ୍ଷ ଛାତ୍ର ଭୋଟ୍ ଦେଇଥିବା ବଳେ ବିଶ୍ୱବିଦ୍ୟାଳୟରେ ୪୨ ପ୍ରତିଶତ ଭୋଟରଙ୍କ ସଂଖ୍ୟା ରେକର୍ଡ କରାଯାଇଥିଲା ।

ଏଠାରେ ସର୍ବଦା ABVP ଏବଂ NSUI ମଧ୍ୟରେ ଲଢେଇ ଦେଖିବାକୁ ମିଳେ । ଚଳିତ ନିର୍ବାଚନରେ ଚାରିଟି ପଦବୀ ପାଇଁ ୨୪ ଜଣ ପ୍ରାର୍ଥୀ ଲଢେଇ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+