Get Updates
Get notified of breaking news, exclusive insights, and must-see stories!

ବିଷ ବଳୟ ଭିତରେ ଦିଲ୍ଲୀ, ଘରୁ ବାହାରିବାକୁ ଲୋକଙ୍କ ଭୟ

ଉତ୍ତର ଭାରତରେ ଘନ କୁହୁଡି ଯୋଗୁଁ ଦୃଶ୍ୟମାନତା ହ୍ରାସ ପାଇବାରୁ ଶନିବାର ଦିଲ୍ଲୀ ବିମାନବନ୍ଦରରେ ୧୨୯ ବିମାନ ବାତିଲ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅତି କମ୍‌ରେ ୬୬ଟି ଆଗମନ ଓ ୬୩ଟି ପ୍ରସ୍ଥାନ ବାତିଲ କରାଯାଇଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ସମୟରେ ଦୃଶ୍ୟମାନତା କମ୍ ରହିବା ପରେ ବିମାନ ବାତିଲ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି । ସକାଳ ୧୧ଟାରେ ବିମାନବନ୍ଦରରେ ଦୃଶ୍ୟମାନତା ୫୦୦ ମିଟର ରେକର୍ଡ କରାଯାଇଥିଲା। ପାଣିପାଗ ଏଜେନ୍ସି କହିଛି ଯେ, ରାତିରେ ମଧ୍ୟ ମଧ୍ୟମରୁ ଘନ କୁହୁଡ଼ି ହେବା ସମ୍ଭାବନା ରହିଛି ।

Delhi

ଆଇଏମ୍‌ଡି ଏହାର ଦୈନିକ ବୁଲେଟିନରେ କହିଛି ଯେ, ଦିଲ୍ଲୀରେ ଆଂଶିକ ମେଘୁଆ ଆକାଶ ରହିବାର ସମ୍ଭାବନା ଅଛି, ଅନେକ ସ୍ଥାନରେ ସାମାନ୍ୟ କୁହୁଡ଼ି ଏବଂ ମଧ୍ୟାହ୍ନ ପର୍ଯ୍ୟନ୍ତ କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ରହିବ। ଏୟାର୍‌ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ମଧ୍ୟ ଏକ ପାଣିପାଗ ପରାମର୍ଶ ଜାରି କରି ଚେତାବନୀ ଦେଇଛି ଯେ, ଉତ୍ତର ଭାରତର କିଛି ଅଂଶରେ ଦୃଶ୍ୟମାନତା ହ୍ରାସ ପାଇ ବିମାନ ଚଳାଚଳ ଉପରେ ପ୍ରଭାବ ପକାଇପାରେ। କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ରିଅଲ୍ ଟାଇମ୍ ଫ୍ଲାଇଟ୍ ଅପଡେଟ୍ ପାଇଁ ନିଜ ନିଜ ଏୟାରଲାଇନ୍ସ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ଅନୁରୋଧ କରିଛନ୍ତି। ଲଗାତାର କୁହୁଡ଼ି ମଧ୍ୟରେ ଦିଲ୍ଲୀ ବିମାନ ବନ୍ଦର ସମେତ ପ୍ରମୁଖ ବିମାନବନ୍ଦରଗୁଡ଼ିକରେ କମ୍ ଦୃଶ୍ୟମାନତା ପ୍ରକ୍ରିୟା ଲାଗୁ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+