ଏଣିକି ଦିଲ୍ଲୀରୁ ଜୟପୁରକୁ ଅଧ ଘଣ୍ଟାରୁ କମ୍ ସମୟ ମଧ୍ୟରେ ହେବ ଯାତ୍ରା!
ରେଳ ମନ୍ତ୍ରଣାଳୟ ସହାୟତାରେ ଆଇଆଇଟି ମାଡ୍ରାସ ୪୨୨ ମିଟର ଲମ୍ବର ଏକ ହାଇପରଲୁପ୍ ପରୀକ୍ଷା ଟ୍ରାକ୍ ବିକଶିତ କରିଛି। ଏହା ଦ୍ୱାରା ମାତ୍ର ୩୦ ମିନିଟରେ ୩୫୦ କିଲୋମିଟର ଅତିକ୍ରମ କରାଯାଇପାରିବ। ଅର୍ଥାତ୍ ଏହା ବାସ୍ତବ ରୂପ ନେବା ପରେ ଆପଣ ଦିଲ୍ଲୀରୁ ଜୟପୁରକୁ ଅଧ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଯାତ୍ରା କରିପାରିବେ। ଏ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, "ସରକାର-ଶିକ୍ଷାନୁଷ୍ଠାନ ସହଯୋଗ ଭବିଷ୍ୟତର ପରିବହନ ବ୍ୟବସ୍ଥାରେ ଅଭିନବତାକୁ ପ୍ରୋତ୍ସାହିତ କରୁଛି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଏହି ହାଇପରଲୁପ୍ ପରୀକ୍ଷଣ ଟ୍ରାକ୍ ଆଇଆଇଟି ମାଡ୍ରାସ ସହାୟତାରେ ପ୍ରସ୍ତୁତ କରାଯାଇଛି ଏବଂ ଏହା 422 ମିଟର ଲମ୍ବା ଅଟେ । ଏହି ହାଇପରଲୁପ୍ ଟ୍ରାକ୍ ପ୍ରକଳ୍ପ ଭବିଷ୍ୟତରେ ରେଳ ଯାତାୟାତକୁ ଆହୁରି ସୁଗମ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ହାଇପରଲୁପ୍ ଟ୍ରାକ୍- ହାଇପରଲୁପ୍ ରେଳ ଟ୍ରାକ୍ ପ୍ରକୃତରେ ଏକ ଏପରି ପ୍ରଯୁକ୍ତିବିଦ୍ୟା ଯେଉଁଥିରେ ଟ୍ରେନକୁ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ଟ୍ୟୁବ୍ରେ ଚଲାଯାଏ । ଏହାର ବେଗ ଦ୍ରୁତ ବୋଲି କୁହାଯାଉଛି । ଏହା ସାର୍ବଜନୀନ ପରିବହନକୁ ଦ୍ରୁତ କରିବାରେ ସହାୟକ ହୋଇପାରେ ।












Click it and Unblock the Notifications