ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିଲେ କୁନିକୁନି ପିଲା
Raksha Bandhan 2023: ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନି କୁନି ପିଲା । ଦିଲ୍ଲୀର ଏକ ସ୍କୁଲ ପିଲାମାନେ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । କୁନି କୁନି ପିଲାଙ୍କ ସହ ମିଶି ରକ୍ଷା ବନ୍ଧନ ଉତ୍ସବ ମନାଇଛନ୍ତି ପ୍ରଧାନମନ୍ତ୍ରୀ ।
ରାକ୍ଷୀ ପୂର୍ଣ୍ଣିମା ଅବସରରେ କୁନି କୁନି ପିଲାଙ୍କୁ ପାଖରେ ପାଇ ପ୍ରଧନମନ୍ତ୍ରୀ ମଧ୍ୟ ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା । ରକ୍ଷା ବନ୍ଧନ ପରେ ମୋଦି ସେମାନଙ୍କ କ୍ଲାସ ରୁମରେ ପିଲାଙ୍କ ସହ ଫଟୋ ଉଠାଇଥିଲେ ।

କହିରଖୁ କି, ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଆଜି ଦିନରେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସି ଥାଏ । ଆଉ ଭାଇ ତାର ସର୍ବଦା ରକ୍ଷା କବଚ ହେଇ ତା ସହିତ ଜୀବନ ଯୁଦ୍ଧରେ ରହିଥାଉ ବୋଲି ଭଉଣୀ କାମନା କରିଥାଏ ।
ଏହି ପର୍ବଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ସହ ମଧ୍ୟ ଜଡିତ ରକ୍ଷା ବନ୍ଧନ ପର୍ବ । ଦେବୀ ସୁଭଦ୍ରା ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି । ସେହିଭଳି ପ୍ରତ୍ୟେକ ଭଉଣୀ ତା ଭାଇ ହାତରେ ବାନ୍ଧିଥାଏ ଏହି ସ୍ନେହର ଡୋରୀ । ଆଉ ଏହି ଡୋରୀ ସାଜିଥାଏ ଭଉଣୀ ପାଇଁ ରକ୍ଷା କବଚ ।
ଏହି ରାକ୍ଷୀ ବନ୍ଧନର ପରମ୍ପରା ବହୁ ପ୍ରାଚୀନ କାଳରୁ ରହିଆସିଛି । ଗହ୍ମା ପୂର୍ଣ୍ଣିମା ଦିନଟି ଭଗବାନ ବଳଭଦ୍ରଙ୍କ ଜନ୍ମତିଥି ଭାବେ ଗ୍ରହଣ କରାଯାଏ । ଏହି ଦିନରେ ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ । ଗୋମାତାଙ୍କୁ ମଧ୍ୟ ରାକ୍ଷୀ ବନ୍ଧାଯାଏ ।












Click it and Unblock the Notifications