ଯମୁନାରେ ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅସ୍ଥି ବିସର୍ଜନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଗତଶନିବାର ସକାଳେ ଦିଲ୍ଲୀର ନିଗମବୋଧ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ସମ୍ପନ୍ନ ହୋଇଯାଇଛି। ମନମୋହନଙ୍କ ଚିତାରେ ତାଙ୍କ ବଡ଼ଝିଅ ଉପିନ୍ଦର ସିଂହ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ, ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଦଳର ଅନ୍ୟ ବରିଷ୍ଠ ନେତା ତଥା ସରକାରୀ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ।

Asthi Visarjan

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଡ. ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଡକ୍ଟର ମନମୋହନ ସିଂଙ୍କୁ ଆଜି ବିଦାୟ, ତାଙ୍କର ନମ୍ରତା, ମାର୍ଗଦର୍ଶନ ଏବଂ ଦେଶରେ ତାଙ୍କର ଅବଦାନ ସର୍ବଦା ଜୀବନ୍ତ ରହିବ। ଇତିହାସର ପୃଷ୍ଠା ହୋଇ ରହିବ। ରବିବାର ଡିସେମ୍ବର ୨୯ ତାରିଖରେ ଯମୁନା ନଦୀ କୂଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସିଂହଙ୍କ ଅସ୍ଥିର ବିସର୍ଜନ କରାଯାଇଛି। ଏହାର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଦେଖି ଦେଶବାସୀ ଭାବୁକ ହୋଇଯାଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+