ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ଉମର ଖାଲିଦ ପୁଣି ନିରାଶ, ଜାମିନ୍ ଦେଲେନି ସୁପ୍ରିମକୋର୍ଟ

୨୦୨୦ରେ ହୋଇଥିବା ଦିଲ୍ଲୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଘଟଣାରେ ଅଭିଯୁକ୍ତ ତଥା ଛାତ୍ର ନେତା ଉମର ଖାଲିଦଙ୍କ ଜାମିନ ଆବେଦନ ଖାରଜ ହୋଇଛି । ସେ ଏବେ ଜେଲରେ ରହିବେ । ତେବେ ଅନ୍ୟ ୫ ଅଭିଯୁକ୍ତଙ୍କୁ ଜାମିନ ମିଳିଛି ।

Supreme Court

ମାମଲାକୁ ଶୁଣାଣି କରୁଥିଲେ ଜଷ୍ଟିସ ଅରବିନ୍ଦ କୁମାର ଏବଂ ଜଷ୍ଟିସ ଏନବି ଅଞ୍ଜାରିଆ । ଉଭୟ ବିଚାରପତିଙ୍କୁ ନେଇ ଏକ ଖଣ୍ଡପୀଠ ଗଠିତ ହୋଇଥିଲା । ଖଣ୍ଡପୀଠ କହିଛନ୍ତି ଯେ, ଉମର ଖାଲିଦଙ୍କୁ ବେଲ୍ ମିଳିବ ନାହିଁ । ଏହାସହ ଅନ୍ୟତମ ଅଭିଯୁକ୍ତ ଶରଜୀଲ ଇମାମ୍ ମଧ୍ୟ ଜେଲରେ ରହିବେ । ତେବେ ଅନ୍ୟ ୫ ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।ପୂର୍ବରୁ ଡିସେମ୍ବର ୧୦ରେ କୋର୍ଟ ମାମାଲର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ଏକ ରାୟକୁ ଚ୍ୟାଲେଂଜ୍ କରି ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ଦିଲ୍ଲୀ ହାଇକୋର୍ଟ ମଧ୍ୟ ସେପ୍ଟେମ୍ବର ୨ ତାରିଖରେ ବେଲ୍ ଆବେଦନକୁ ଖାରଜ କରିଦେଇଥିଲେ ।

ଯେଉଁ ଅଭିଯୁକ୍ତଙ୍କୁ ଜାମିନ ମିଳିଛି ସେମାନେ ହେଲେ ଗୁଲଫିସା ଫାତିମା, ମିରାନ୍ ହାଇଦର, ସିଫା ଉର୍ ରେହମାନ, ମହମ୍ମଦ ସଲିମ ଖାନ୍ ଏବଂ ଶଦାବ୍ ଅହମ୍ମଦ । ଦିଲ୍ଲୀ ପୋଲିସ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଏବଂ ଆଡିସିନାଲ ସଲିସିଟର ଜେନେରାଲ ଏସଭି ରାଜୁ ମାମଲା ଲଢୁଥିଲେ । ଅନ୍ୟ ଦିଗରେ ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଅଧିବକ୍ତା କପିଲ ଶିବଲ, ଅଭିଶେକ ସିଙ୍ଘଭି, ସିଦ୍ଧାର୍ଥ ଦାଭେ, ସଲମନ ଖୁର୍ସିଦ ଏବଂ ସିର୍ଦ୍ଧାର୍ଥ ଲୁଥ୍ରା ମାମଲା ପରିଚାଳନା କରୁଥିଲେ ।

ରାୟ ପ୍ରକାଶ ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଖାଲିଦ ଏବଂ ଶରଜୀଲ ବିରୋଧରେ ଅନେକ ପ୍ରମାଣ ରହିଛି । ସେମାନେ ଷଡଯନ୍ତ୍ରରେ ସାମିଲ ଥିଲେ । ଦଙ୍ଗାରେ ସେମାନଙ୍କ ସଂପୃକ୍ତି ନେଇ ଠୋସ୍ ପ୍ରମାଣ ରହିଛି । ଦିଲ୍ଲୀ ପୋଲିସ ପକ୍ଷରୁ ଏହା ପ୍ରଦାନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+