ଆପ୍-କଂଗ୍ରସକୁ ଓମାରଙ୍କ କଟାକ୍ଷ, କହିଲେ 'ନିଜ ନିଜ ମଧ୍ୟରେ ଆହୁରି ଲଢ଼!'
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଆପ୍ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।ଆପ୍ ୩୫ ଏବଂ ବିଜେପି ୩୪ ଆସନରେ ଆଗୁଆ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ବିଜେପି ୫୦ ଆସନ ଛୁଇଁଛି। ଏହା ସହିତ ବିଜେପି ଏକତରଫା ବିଜୟ ମୁହାଁ ହୋଇଛି।ଭୋଟ ଗଣତି ମଧ୍ୟରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଉମାର ଅବଦୁଲ୍ଲା ଟ୍ୱିଟ୍ ମାଧ୍ୟମରେ କଂଗ୍ରେସ ଓ ଆପକୁ ଟାର୍ଗେଟ କରିଛନ୍ତି ।ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ 'ମହାଭାରତ' ଧାରାବାହିକର ଏକ ଦୃଶ୍ୟ ସେୟାର କରି ଉମାର ଅବଦୁଲ୍ଲା ଲେଖିଛନ୍ତି, 'ନିଜ ନିଜ ମଧ୍ୟରେ ଆହୁରି ଲଢ଼!' ତାଙ୍କର ସ୍ପଷ୍ଟ ଇଙ୍ଗିତ ଥିଲା ଆପ୍ ଓ କଂଗ୍ରେସର ଫଳାଫଳକୁ ନେଇ ।

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଛି। ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ବିଜେପିର ଯାଦୁ କାମ କରିଛି। ହଟ୍ ସିଟ୍ରେ ଆପ୍ର ସ୍ଥିତି ଖରାପ ରହିଛି।












Click it and Unblock the Notifications