ପିଏମ@ ମୋଦି 72: ରୋସ୍ତୋରାଁର ନିଆରା ପ୍ରୟାସ, ପ୍ରସ୍ତୁତ ହେଲା 'ମୋଦି ଜୀ 56 ଇଞ୍ଚ ଥାଳି'
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 72ତମ ଜନ୍ମଦିବସ । ଏହି ଅବସରରରେ ରାଜଧାନୀ ଦିଲ୍ଲୀର ଏକ ରେସ୍ତୋରାଁରେ ଆୟୋଜିତ ହୋଇଛି ଏକ ସ୍ବତନ୍ତ୍ର ଥାଳି ବ୍ୟବସ୍ଥା । ନାଁ ରହିଛି 56 ଇଞ୍ଚ୍ ମୋଦୀ ଜୀ ଥାଳି ।
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 72ତମ ଜନ୍ମଦିବସ । ଏହି ଅବସରରରେ ରାଜଧାନୀ ଦିଲ୍ଲୀର ଏକ ରେସ୍ତୋରାଁରେ ଆୟୋଜିତ ହୋଇଛି ଏକ ସ୍ବତନ୍ତ୍ର ଥାଳି ବ୍ୟବସ୍ଥା । ନାଁ ରହିଛି 56 ଇଞ୍ଚ୍ ମୋଦୀ ଜୀ ଥାଳି । ଏହି ଥାଳିରେ 56 ପ୍ରକାର ବ୍ୟଞ୍ଜନ ରହିଛି । ଉଭୟ ନିରାମିଷ ଏବଂ ଆମିଷ ବ୍ୟଞ୍ଜନ ରହିଛି । ନିଜ ପସନ୍ଦ ହିସାବରେ ଆପଣ ଅର୍ଡର କରିପାରିବେ ମୋଦି ଜୀ ଥାଳି ।

ମୋଦି ଜୀଙ୍କୁ ମୋର ଖୁବ ସମ୍ମାନ ରହିଥିବା କହିଛନ୍ତି ରେସ୍ତୋରାଁର ମାଲିକ । ତାଙ୍କ ଜନ୍ମଦିନରେ କିଛି ଭିନ୍ନ ଓ ଅଭିନବ ଢଙ୍ଗରେ ଉପହାର ଦେବାକୁ ସ୍ଥିର କରିଥିଲି । ତେବେ ଏହି ଥାଳି ଶୁଭାରମ୍ଭ କରିବା ପାଇଁ ସ୍ଥିର କରିଛୁ । ପିଏମ ମୋଦିଙ୍କୁ ଏହି ଥାଳି ପରିବେଷଣ କରିବାକୁ ଆଗ୍ରହୀ ଥିବା ସେ କହିଛନ୍ତି ।
ଏହି ରେସ୍ତୋରାଁରେ ଥାଳି ଖାଇବା ସହିତ ଆପଣ ଜିତିପାରିବେ ଅର୍ଥ ରାଶି ।
ରେସ୍ତୋରାଁ ମାଲିକଙ୍କ କହିବା ଅନୁସାରେ, କେହି କପଲ୍ ଏହି ଥାଳି ଅର୍ଡର କରନ୍ତି, ସେମାନଙ୍କ ଭିତରୁ ଜଣେ ଯଦି 40 ମିନିଟ୍ ମଧ୍ୟରେ ଏହି ଥାଳିକୁ ଖାଇ ଶେଷ କରିପାରିବେ ତାଙ୍କୁ ସ୍ବତନ୍ତ୍ର ପୁରସ୍କାର ଦିଆଯିବ । ପୁରସ୍କାର ଭାବେ ବିଜୟୀଙ୍କୁ 8.5 ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହିତ ମୋଦିଙ୍କ ପ୍ରିୟ ସ୍ଥାନ କେଦାରନାଥ ଦର୍ଶନର ସମସ୍ତ ଖର୍ଚ୍ଚ ରେସ୍ତୋରାଁ ବହନ କରିବ।












Click it and Unblock the Notifications