ଦିଲ୍ଲୀ ଲାଲକିଲ୍ଲା ବ୍ଲାଷ୍ଟ ; ୬ ଜଣଙ୍କୁ ଉଠାଇ ନେଲା କାଶ୍ମୀର ପୋଲିସ
ରାଜଧାନୀ ଦିଲ୍ଲୀରେ ଲାଲକିଲ୍ଲା ନିକଟରେ ଭୟଙ୍କର ବିସ୍ଫୋରଣ ପରେ ରାତାରାତି ଦକ୍ଷିଣ କାଶ୍ମୀରରେ ପୋଲିସ ୬ ସନ୍ଦିଗ୍ଧକୁ ଅଟକ ରଖିଛି । ଏଥିରେ ହମଲାର ମୁଖ୍ୟ ସନ୍ଦିଗ୍ଧ କୁହାଯାଉଥିବା ଡାକ୍ତର ଉମରଙ୍କ ପରିବାରର ତିନି ଜଣ ସାମିଲ । ଅଭିଯୁକ୍ତ ଡାକ୍ତର ଉମର ଦୁଇ ଅନ୍ୟ ଡାକ୍ତରଙ୍କ ସହ ଯୋଗାଯୋଗରେ ଥିଲା । ଆଉ ପୋଲିସ ଏମାନଙ୍କୁ ଗିରଫ କରିଛି ।

ପୋଲିସର କହିବା କଥା ଯେଉଁ ହ୍ୟୁଣ୍ଡଇ ଆଇ ଟ୍ୱେଣ୍ଟି କାରରେ ହମଲା କରାଯାଇଛି, ତାକୁ ଡ. ଉମର ହିଁ କିଣିଥିଲା । ଏହା ବ୍ୟତୀତ ସିସିଟିଭି ଫୁଟେଜରେ କାରରେ ବସିଥିବା ବ୍ୟକ୍ତିର ଚେହେରା ଉମର ସହ ମେଳ ଖାଉଛି । ଫରିଦାବାଦରେ ଡ. ମୁଜାମ୍ମିଲ ନିକଟରେ ବିପୁଳ ପରିମାଣରେ ଆରଡିଏକ୍ସ ମାମଲାର ତଦନ୍ତ ଆରମ୍ଭ ହେବା ପରଠୁ ଉମର ଗାଏବ ହୋଇ ଯାଇଥିଲା । ପୁଲୱାମାରେ ତାର ଗାଁରେ ରହୁଥିବା ପରିବାରର ତିନି ସଦସ୍ୟଙ୍କ ପୋଲିସ ଅଟକ ରଖିଛି ।
ପୋଲିସ କହିଛି ଯେ, ଫରିଦାବାଦ ମଡ୍ୟୁଲ ସହ ଜଡିତ ଜଣେ ବ୍ୟକ୍ତି କାରରେ ବସିଥିଲା । ତେବେ ଡିଏନଏ ଟେଷ୍ଟ ପରେ ହିଁ ସବୁ କିଛି ସାମ୍ନାକୁ ଆସିବ । କାଶ୍ମୀରରେ ଯେଉଁ ୬ ଜଣଙ୍କୁ ଗିରଫ କରାଯାଇଛି ସେଥିରେ ଆମିର ରଶିଦ ମୀର, ଉମର ରଶିଦ ମୀର ଓ ତାରିକ ମଲିକ ସାମଲ । ଆମର ପ୍ଲମ୍ବର, ଉମର ପାୱାର ଡେଭଲପମେଣ୍ଟ ଡିପାର୍ଟେମେଣ୍ଟରେ କାମ କରୁଛି । ତାରିକ ମଲିକ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ । ଏକ ସ୍ପେଶାଲ ପୋଲିସ ଟିମ ଏମାନଙ୍କ ଯାଞ୍ଚ ଚଳାଇଛନ୍ତି ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍... -
ଯୁଦ୍ଧ ଭିତରେ ଖସିଲା ସୁନା ରୂପା ଦାମ, ଜାଣନ୍ତୁ କେତେ ? -
SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ କହିଲେ ବିଜୟ ମହାପାତ୍ର












Click it and Unblock the Notifications